ବିଜେପିର ବରିଷ୍ଠ ନେତା ସୁଭାଷ ଚୌହାନ ଦଳ ଭିତରେ ଅପମାନିତ ହେବାର ଆଣିଲେ ଅଭିଯୋଗ, ବିଜେପିର ସବୁ ପଦ ପଦବୀ ରୁ ଅବ୍ୟାହତି ଲାଗି ରାଜ୍ୟ ସଭାପତି ଙ୍କୁ ଚିଠି ଲେଖଲେ

0
100

ବରଗଡ଼  (ମୁକୁନ୍ଦ ଦାଶ /ଆଦ୍ୟାଶା ନ୍ୟୁଜ) – ବିଜେପିର ବରିଷ୍ଠ ଟାଣୁଆ ନେତା ଶ୍ରୀ ସୁଭାଷ ଚୌହାନ ଦଳ ଭିତରେ ଅପମାନିତ ହେବାର ଅଭିଯୋଗ ଆଣି ବିଜେପିର ସବୁ ପଦ ପଦବୀ ରୁ ଅବ୍ୟାହତି ଦେବା ଲାଗି ରାଜ୍ୟ ସଭାପତି ଙ୍କୁ ଚିଠି ଲେଖୀଲେ । ସେ ଚିଠି ରେ ଦର୍ଶାଇଛନ୍ତି ,ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି ।ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ ।ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭା ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା ।ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା ।ପାର୍ଟିର ବରିଷ୍ଠ ନେତାମାନେ ମୋର କାର୍ଯ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ ।କିନ୍ତୁ ଅପମାନର ସୀମା ଟପିଗଲା |ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା । କିନ୍ତୁ ବିଜେପୁର ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି ।କିନ୍ତୁ ଫଳ ଓଲଟା ହେଲା ।ଏହାପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ ସଂଗଠନ ରେ ଅଛି ରହିବି ଓ ଲୋକଙ୍କ ସେବା କରିବି
ମୋ ପ୍ରତି ଅତୁଟ ବିଶ୍ୱାସ ରଖିଥିବା ପଶ୍ଚିମ ଓଡ଼ିଶା ବାସୀଙ୍କୁ କୃତଜ୍ଞତା ଜଣାଉଛି ।

LEAVE A REPLY

Please enter your comment!
Please enter your name here