ବିଜେପିରୁ ଅନୀଲ ବାର୍ଲ୍ଲା ଏବଂ ସିପି ଆଇଏମ ରୁ ଲକ୍ଷ୍ମଣ ମୁଣ୍ଡା ଙ୍କ ବ୍ୟତୀତ ସ୍ୱାଧୀନ ଭାବେ ଆଉ ଦୁଇ ପ୍ରାଥୀଙ୍କ ନାମାଙ୍କନ ପତ୍ର ଦାଖଲ।

0
114

ବଣେଇ (ଲମ୍ବୋଦର ବାରିକ /ଆଦ୍ୟାଶା ନ୍ୟୁଜ) -ବଣେଇ ଦେଓଗାଁ ସ୍ଥିତ ପ୍ରସିଦ୍ଧ ବାବା ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ସିପିଆଇ ଏମ୍ ଦଳର ହଜାର ହଜାର କର୍ମୀଙ୍କ ସହ ଦଳୀୟ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଏକ ଶୋଭାଯାତ୍ରା ମାଧ୍ୟମରେ ମୁଖ୍ୟ ସହର ହୋଇ ବଣାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ପହଞ୍ଚି ନିଜ ଶକ୍ତି ପ୍ରଦର୍ଶନ କରିବା ସହିତ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରବୀର କୁମାର ନାୟକଙ୍କ ନିକଟରେ ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ତାଙ୍କ ଦଳର ପ୍ରମଦ ସାମଲ, ବନମାଳୀ ଧୁପାଲ,ବାଣେଶ୍ୱର ସାହୁ ଏବଂ ଅନିରୁଦ୍ଧ ତ୍ରିପାଠୀ ଏକତ୍ରିତ ଭାବେ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ଠିକ ସେହିଭଳି ଭାଜପା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଅନୀଲ ବାର୍ଲ୍ଲା ଦେଓଗାଁ ସ୍ଥିତ ବାବା ବାଣେଶ୍ୱରଙ୍କ ଦର୍ଶନ କରି ଦେଓଗାଁ ଛକରୁ ହଜାର ହଜାର ଭାଜପା ଦଳର କର୍ମୀଙ୍କ ସହ ସହର ପରିକ୍ରମା କରି ନିଜ ଶକ୍ତି ପ୍ରଦର୍ଶନ କରିବା   ସହିତ ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ପହଞ୍ଚିଥିଲେ। ଏବଂ ବିଜେପି ଦଳ ପକ୍ଷରୁ ଦଳୀୟ ପ୍ରାର୍ଥୀ ଅନିଲ ବାର୍ଲା ,ଜିଲ୍ଲା ସଭାପତି ରାହାସ ବିହାରୀ ପ୍ରଧାନ, ମନୋଜ କୁମାର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ମହେଶ ସାହା ଉପଜିଲ୍ଲାପାଳ ଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଠିକ ସେହିଭଳି ଆଉ ଦୁଇଜଣ ପ୍ରାର୍ଥୀ ମଧ୍ୟ ସ୍ୱାଧୀନ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here