ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

0
96

ଭୁବନେଶ୍ୱର: ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଆଜି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜୟ ମହାପାତ୍ରଙ୍କୁ ଭେଟିବା ପରେ ବିଜୟ ଏନେଇ ନିଷ୍ପତ୍ତି ନେଇଛନ୍ତି। ଦୁଇ ନେତା ବିଜୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ବିଜୟ ଦଳକୁ ଫେରିବା ଲାଗି ନିଷ୍ପତ୍ତି ନେଇଥିଲେ।

 ଏହାପରେ ବିଜୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ ମୁଁ ଭାଜପାକୁ ଫେରିଲି। ଓଡ଼ିଶାରେ ନୂତନ ପରିବର୍ତ୍ତନ ଲାଗି ଆମେ ନୂଆ ଅଭିଯାନରେ ବାହାରିଛୁ। ପୁରୁଣା କଥା ଭୁଲି ନୂଆ ସଙ୍କଳ୍ପ ନେଇ କାର୍ଯ୍ୟ କରିବୁ । କେଉଁଠୁ ନିର୍ବାଚନ ଲଢ଼ିବି ତାହା ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ତେବେ ବିଜୟଙ୍କ ଘର ଲେଉଟାଣି ପରେ କେନ୍ଦ୍ରାପଡ଼ା ରାଜନୀତି ସରଗରମ ହୋଇ ଉଠିଛି। ଭାଜପାର ଏହି ତୁଙ୍ଗ ନେତା ଗତଥର ମହାକାଳପଡ଼ା ଆସନରୁ ଲଢ଼ି ପରାସ୍ତ ହୋଇଥିବା ବେଳେ ଏଥର ସେ ପାଟକୁରାରୁ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।  

ବିଜୟ ମହାପାତ୍ର ଗତ ବର୍ଷ ନଭେମ୍ବର ୩୦ ତାରିଖରେ  ବିଜେପିରୁ ଇସ୍ତଫା ଦେଇଥିଲେ। ତେବେ ବିଜୟଙ୍କ ଇସ୍ତଫା ଗ୍ରହଣ ହୋଇ ନାହିଁ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା  ସେତେବେଳେ କହିଥିଲେ।

LEAVE A REPLY

Please enter your comment!
Please enter your name here