ବିଜେଡି ଛାଡ଼ିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା

0
93

ନୟାଗଡ଼ : ବିଜେଡ଼ି ଛାଡ଼ିଲେ ପ୍ରତ୍ୟୁଷା ରାଜେଶ୍ୱରୀ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ । ଦଳ ଅଣଦେଖା କରୁଥିବା ଅଭିଯୋଗ କରି ଆଜି ବିଜେଡ଼ି ଛାଡ଼ିଛନ୍ତି ପ୍ରତ୍ୟୁଷା । କନ୍ଧମାଳ ଠାରୁ ବିଜେଡ଼ି ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ପ୍ରତ୍ୟୁଷା । ଚଳିତ ଥର ବିଜେଡ଼ି ପ୍ରଥମ ଓ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କନ୍ଧମାଳରୁ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମିଳିଛି ଏମପି ଟିକେଟ ।

କନ୍ଧମାଳ ଓ ନୟାଗଡ଼ରେ ଭଲ କାମ କରିଥିଲେ ହେଁ ମୋ କାମକୁ ଅଣଦେଖା କରାଯାଇଛି ବୋଲି କହିଛନ୍ତି ପ୍ରତ୍ୟୁଷା । ଅରୁଣ ସାହୁ ଓ ବିକ୍ରମ ଆରୁଖଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ । ସେକହିଛନ୍ତି ତାଙ୍କୁ ୪ ବର୍ଷ ହେବ ବିଭିନ୍ନ ମାମଲାରେ ଛନ୍ଦି ହଇରାଣ କରୁଯାଉଛି । ଏନେଇ ବାରମ୍ବାର ପାର୍ଟି ଫୋରମରେ ଜଣାଇଥିଲେ ସୁଦ୍ଧା କେହି ଶୁଣିନଥିବା ସେ ଅଭିଯୋଗ କରିଛନ୍ତି । ଦଳର ନିର୍ଦ୍ଦେଶ ମାନିଛନ୍ତି, ହେଲେ କୌଣସି ବ୍ୟକ୍ତିଙ୍କ ନିର୍ଦ୍ଦେଶରେ କାମ କରିବେ ନାହିଁ ବୋଲି ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି । ବିଜେଡ଼ି ସୁପ୍ରିମୋ ୩୩ ପ୍ରତିଶତ ମହିଳା ସଂରକ୍ଷଣ କଥା କହୁଥିବା ବେଳେ ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବ ସେ କହିଛନ୍ତି । ସେପଟେ ଜଣେ ପରେ ଜଣେ ନେତା ବିଜେଡି ଦଳରୁ ଇସ୍ତଫା ଦେଉଥିବାରୁ ଏବେ ବିଜେଡି ସୁପ୍ରିମୋଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି ।

LEAVE A REPLY

Please enter your comment!
Please enter your name here