ବିଜେଡି କର୍ମୀଙ୍କ କଂଗ୍ରେସରେ ଯୋଗଦାନ

0
76

ହାଟଡ଼ିହୀ – : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ୩୪ ନଂ. ଜୋନର ବାଙ୍ଗୋରଠାରେ ଶନିବାର କଂଗ୍ରେସ ପକ୍ଷରୁ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କଂଗ୍ରେସର ବରିଷ୍ଠ ନେତା ତଥା ଶିଳ୍ପପତି ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟଦେବ ଯେନା ଉପସ୍ଥିତ କର୍ମୀମାନଙ୍କୁ ଚଳିତ ନିର୍ବାଚନରେ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ଅନୁରୋଧ କରିଛନ୍ତି। ଏହା ସହ ଦଳ କରିଥିବା ସଂକଳ୍ପ ପୂରଣ କରିବ ବୋଲି ସେ କହିଛନ୍ତି l ଏଥିସହ ବିଭିନ୍ନ ଆଞ୍ଚଳିକ ସମସ୍ୟାକୁ ଜୟଦେବ ଉପସ୍ଥାପନା କରିଥିବା ବେଳେ ଶାସକ ବିଜେଡି ବିଭିନ୍ନ ଦୁର୍ନୀତିରେ ବୁଡିରହିଥିବା ଏବଂ ନିରୀହ ଜନସାଧାରଣଙ୍କୁ ଠକୁଥିବା ନେଇ ମତବ୍ୟକ୍ତ କରିଥିଲେ। ଉକ୍ତ ଜୋନଟି ପ୍ରଥମେ କଂଗ୍ରେସର ଗଡ଼ ଥିବାବେଳେ ପରେ ଏହା ବିଜେଡି ଗଡ଼ ହୋଇଥିଲା l କିନ୍ତୁ ଏବେ ଏଠାରେ ଭାଜପା ପ୍ରାର୍ଥତ୍ନୀ ଜିଲା ପରିଷଦ ସଭ୍ୟା ଅଛନ୍ତି l ଆୟୋଜିତ ଏହି ସମ୍ମିଳନୀରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ବିଜେଡି କର୍ମୀ ଦଳ ଛାଡ଼ି ଚଳିତ ନିର୍ବାଚନରେ କଂଗ୍ରେସକୁ ସମର୍ଥନ ଦେବେ ବୋଲି ସାମିଲ ହେବା ସହ ସଂକଳ୍ପ ନେଇଥିଲେ l ଆୟୋଜିତ ବୈଠକରେ ପୂର୍ବତନ ଏମ୍‌ପି ପ୍ରାର୍ଥୀ ସଂଗ୍ରାମ ଯେନା , ହାଟଡିହୀ ବ୍ଲକ ସଭାପତି ଚିତ୍ତରଞ୍ଜନ ପାତ୍ର , ପିଆରିପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଷ୍ଣୁ ନାୟକ , ସୋସୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ହଦଗଡ଼ ସରପଞ୍ଚ ଅଶୋକ ଯେନା, ଗୟାଧର ଦିଅ , ପରେଶ ରାଉତ , ପୂର୍ଣ୍ଣଚନ୍ଦ୍ର ପାତ୍ର, ନିରାକର ରାଉତଙ୍କ ସମେତ ପ୍ରମୋଦ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here