ବିଜେଡିରୁ ଇସ୍ତଫା ଦେଲେ ରଘୁନାଥପାଲ୍ଲୀ ରୁ ଆଶାୟୀ ପ୍ରାର୍ଥୀ ପ୍ରଶାନ୍ତ ସେଠୀ

0
110

ରାଉରକେଲା  (ଆଦ୍ୟାଶା ନ୍ୟୁଜ) : ବିଜେଡି ଛାଡ଼ିଲେ ପ୍ରଶାନ୍ତ ସେଠୀ । ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସମ୍ପାଦକ ଥିଲେ ପ୍ରଶାନ୍ତ । ସେ ରଘୁନାଥପାଲ୍ଲୀ ବିଧାନସଭା ଟିକଟ ପାଇଁ ଥିଲେ ଆଶାୟୀ ଥିଲେ । ଟିକେଟ ନମିଳିବାରୁ ଦଳ ଛାଡିଥିବା ସୂଚନା ମିଳିଛି । ତେବେ ସେ କଂଗ୍ରେସ ରେ ମିଶିବେ ବୋଲି ଅନୁମାନ କରାଯାଉଛି ।

 ରଘୁନାଥପଲ୍ଲୀ ବିଧାନସଭା ପ୍ରାର୍ଥୀ ଭାବେ ସୁବ୍ରତ ତରାଇଙ୍କୁ ଟିକେଟ ମିଳିବା ପରେ ଅସନ୍ତୁଷ୍ଟ ଥିଲେ ପ୍ରଶାନ୍ତ । ଆଜି ସେ ଦଳରୁ ଇସ୍ତଫା ଦେଇଦେଇଛନ୍ତି । ତେବେ ସେ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

ଦଳ ତାଙ୍କୁ ବାରମ୍ବାର ଅବହେଳା କରିଆସୁଥିବା ସେ ଅଭିଯୋଗ କରିଛନ୍ତି । ୨୦୦୯ରେ ସେ ଆଶାୟୀ ପ୍ରାର୍ଥୀ ଥିଲେ ମାତ୍ର ତାଙ୍କୁ ଟିକେଟ ମିଳିଲାନି । ୨୦୧୪ରେ ମଧ୍ୟ ଆଶାୟୀ ପ୍ରାର୍ଥୀ ଥିଲେ ମାତ୍ର ପୁଣି ଟିକେଟ ପାଇବାରୁ ବଞ୍ଚିତ ହେଲେ ପ୍ରଶାନ୍ତ । ଏହାପରେ ମଧ୍ଯ ସେ ଦଳପାଇଁ କାମ କରିଚାଲିଲେ । ଆଉ ଏବେ ଟିକେଟ ନମିଳିବାରୁ ମର୍ମାହତ ହୋଇ ସେ ଇସ୍ତଫା ଦେଇଥିବା କହିଛନ୍ତି । ତେବେ ସେ କଂଗ୍ରେସରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here