ବାସୁଦେବ ଜୟନ୍ତୀ ସାହିତ୍ୟ ସଭାରେ , ନାଟକ ର ଉପାଖ୍ୟାନ

0
99

ଦେବଗଡ଼ (ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ) ଗତ ୧୬ ,ତାରିଖ ସାର ବାସୁଦେବ ସୁଢଳଦେଵ ଙ୍କର ୧୬୯ ତମ ଜୟନ୍ତୀ ଦେବଗଡ଼ ସହର ସ୍ଥିତ ଟାଉନହଲ ରେ ପାଳିତ ହୋଇଯାଇଛି । ଏହି ଜୟନ୍ତୀ କୁ ଓଡିଶା ସାହିତ୍ୟ ଏକାଡେମୀ ଓ ଜଗରନାଥ ସାହିତ୍ୟ ସଂସଦ ର ମିଳିତ ପ୍ରଚେଷ୍ଟାରେ ସାଫଲ୍ୟ ମଣ୍ଡିତ କରିଥିଲେ । ସେ ଯାହା ହେଉ ଏହି ସାହିତ୍ୟ ସଭାରେ ମୁଖ୍ୟ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ଥିଲେ ବରିଷ୍ଠ ନାଗରିକ ର ସଭ୍ୟ ଶ୍ରୀ ମାର୍କଣ୍ଡେଶ୍ୱର ଶତପଥୀ । ଯିଏକି ମୁଖ୍ୟ ବକ୍ତା ଭାବରେ ଉକ୍ତ ସାହିତ୍ୟ ସଭାରେ ମଂଚଆସିନ ଥିଲେ । ଶ୍ରୀ ଶତପଥୀ ଉକ୍ତ ସଭାରେ ସାର ବାସୁଦେବ ଙ୍କ କୀର୍ତି ଗାଥା ଉପରେ ଆଲୋକପାତ କରୁଥିବା ସମୟରେ , କିଛି ଭୁଲ ତଥ୍ୟ ମଧ୍ୟ ଉପସ୍ଥାପନ କରିଥିଲେ ଯାହାକି ଜଣେ ମୁଖ୍ୟ ବକ୍ତା ଭାବରେ ଶ୍ରୋତା ମହଲରେ ସମ୍ସଲୋଚିତ ହେବା ଦେଖିବାକୁ ମିଳିଥିଲା । ଏହାଛଡା ଉକ୍ତ ସାହିତ୍ୟ ସଭାରେ ସାର ବାସୁଦେବ ଙ୍କ କୀର୍ତି ଗାଥା କମ , ନାଟକ ର କୀର୍ତି ଗାଥା ଅଧିକ ବର୍ଣ୍ଣିତ ହୋଇଥିବାରୁ ସାହିତ୍ୟ ସଭାରେ ନାଟକର ଉପାଖ୍ୟାନ ବୋଲି ଶ୍ରୋତା ମହଲରେ ଆଲୋଚନା ହୋଇଥିଲା । ଯେହେତୁ ଉକ୍ତ ସଭା ଟି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପାଳିତ ହେଉଥିଲା , ତେଣୁ କରି ଉକ୍ତ ସଭାରେ ଦେବଗଡ଼ ସାହିତ୍ୟ ଏକାଡେମୀର କୌଣସି ପୂର୍ବତନ ସଦସ୍ୟଙ୍କୁ ଅତିଥି ଭାବରେ ନ ଡାକିବା ସାହିତ୍ୟ ମହଲରେ ସହିତ୍ୟିକଙ୍କୁ ବ୍ୟଥିତ କରିଛି । ଉକ୍ତ ଜୟନ୍ତୀରେ ମୁଖ୍ୟ ଅତିଥି ଥିଲେ , ଡ଼ ତାମସା ରାଣୀ ଦାସ ମହାପାତ୍ର , ନିର୍ଦେଶୀକା ଓଡ଼ିଆ ଭାଷା ପ୍ରତିଷ୍ଠାନ , ସଂମାନନୀୟ ଅନ୍ୟ ବକ୍ତା ଡ଼ ତନ୍ମୟୀ ମହାନ୍ତି , ଅଧଖ୍ୟା ମହିଳା ମହାବିଦ୍ୟାଳୟ ଦେବଗଡ଼, ସଭାମୁଖ୍ୟ ,ଡ଼ ପଦ୍ମନାଭ ସାହୁ ସଭାପତି ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ , ଉପ ସଂହାର ଅଧ୍ୟାପକ ଚିତ୍ତରଞ୍ଜନ ଦାସ ,ସମ୍ପାଦକ ଜଗରନାଥ ସାହିତ୍ୟ ସଂସଦ ଦେବଗଡ଼ ।

LEAVE A REPLY

Please enter your comment!
Please enter your name here