ବାର୍ଦ୍ଧକ୍ୟ ଭତା ରୁ ବଂଚିତ ,୭୦ ବର୍ଷିୟ ବୃଦ୍ଧ

0
61
ଦେବଗଡ଼/ବାରକୋଟ:(ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ):ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅଧୀନରେ ଥିବା ରାଇତାବାହାଳ ଗ୍ରାମପଞ୍ଚାୟତ ର ଶୁନାମୁଣ୍ଡା ଗ୍ରାମରେ ବାସ କରନ୍ତି ଦର୍ଶନୀଆ ମୁଣ୍ଡା । ତାଙ୍କ ର ବୟସ ଆସି ପହଞ୍ଚଲାଣି ପାଖା ପାଖି ୭୦ । କିନ୍ତୁ ସେ ଆଜିଯାଏ ରାଜ୍ୟ ସରକାର ଙ୍କ ସରକାର ଙ୍କ ବାରଧକ୍ୟ ଭତା ରୁ ବଂଚିତ ହୋଇ ରହିଛନ୍ତି । ସରପଞ୍ଚ ଠାରୁ ନେଇ ବି ଡ଼ି ଓ ଙ୍କ ପର୍ଯ୍ୟନ୍ତ ସମସ୍ତ ଉଚ୍ଚ ପଦାଧିକାରୀ ଙ୍କୁ ଜଣେଇ ଥିଲେବି କେହି ଶୁଣୁନାହାନ୍ତି ଦର୍ଶନୀଆ ଙ୍କ ଡାକ । ସରପଞ୍ଚ ବାବୁଙ୍କୁ ବାରମ୍ବାର ଜଣେଇଲେ ବି କେବଳ ସୁଖା ପ୍ରତିଶୃତି ରେ ବିତୁଛି ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ହେଲେ ମିଳୁନାହିଁ ଦର୍ଶନୀଆ ଙ୍କୁ ଭତା । ଅନ୍ୟପଟେ ରାଜ୍ୟ ସରକାର ଗରିବଙ୍କ ବଳ ବୋଲି ନିଜକୁ ବାହସ୍ପଟ ମାରୁଥିବା ବେଳେ, ଏମିତି ଦର୍ଶନୀଆ ଙ୍କ ଭଳି କେତେ ଯେ ବୃଦ୍ଧ ବୃଦ୍ଧା ଏମିତି ସରକାରୀ ସହାୟତା ରୁ ବଞ୍ଚିତ ହେଉଛନ୍ତି ତାହାର କଳନା ନାହିଁ । ସେ ଯାହାହେଉ , ଦର୍ଶନୀଆ ଙ୍କ ଉପରେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ପଡୁ, ଓ ତାଙ୍କୁ ବାରଧକ୍ୟ ଭତା ଟି ମିଳିବାରେ ସହାୟ ହୁଓନ୍ତୁ ବୋଲି କହିଛନ୍ତି ଦର୍ଶନୀଆ ମୁଣ୍ଡା ।।

LEAVE A REPLY

Please enter your comment!
Please enter your name here