ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ

0
105

ବରଗଡ଼ (ଆଦ୍ୟାଶ| ନିଉଜ): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ତରଭା ଗାଁ ରେ ବାପାକୁ ହତ୍ୟା କରି ଘର ଭିତରେ ମାଟି ଖୋଳି ପୋତିବାକୁ ଉଦ୍ୟମ କରିଛି ପୁଅ। ମୃତକଙ୍କ ନାଁ ପର୍ଶୁରାମ ସାହୁ।ପୁଅ କମ୍ପାଲ ସାହୁ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଘର ଭିତରେ ପୋତି ଦେଉଥିଲା। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ତାସହ ମୃତଦେହକୁ ଜବତ କରିଛି।
ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ବି ପାରିବାରିକ କଳହରୁ ପୁଅ ବାପାଙ୍କୁ ହତ୍ୟା କରିଥିବା ଆଶଙ୍କା କରାଯାଉଛି।

LEAVE A REPLY

Please enter your comment!
Please enter your name here