ବାତ୍ୟା ଫନି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ତିନି ହଜାର ଲୋକଙ୍କୁ ସ୍ଥାନାନ୍ତର, ଏନଡିଆରଏଫ ଓ ଓଡା୍ରାଫ ଟିମ ପ୍ରସ୍ତୁତ, ବାତ୍ୟା ଆଶ୍ରୟସ୍ଥଳ ବୁଲିଲେ ଜିଲ୍ଲାପାଳ

0
104

କେନ୍ଦୁଝର (ଆଦ୍ୟାଶା ନ୍ୟୁଜ / ସଂଜୀବ ସାହୁ): ବାତ୍ୟା ଫନି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ସକାଳ ୧୦ଟା ସୁଧା ହାଟଡିହି ବ୍ଲକର ୪ଟି ପଞ୍ଚାୟତର ତିନିହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯିବା ସହିତ ସେମାନଙ୍କ ପାଇଁ ମାଗଣା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ସମ୍ବାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ପ୍ରତ୍ୟେକ ବାତ୍ୟା ଆଶ୍ରୟ ସ୍ଥଳିରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବାବେଳେ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ କଂଟ୍ରୋଲରୁମ ଖୋଲାଯାଇଛି । ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଓ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ ଆଇତିପୁର, ଗେଡମା, ହାବଳେଶ୍ୱର ଆଦି ପଞ୍ଚାୟତ ପରିଦର୍ଶନ କରି ବାତ୍ୟା ଆଶ୍ରୟସ୍ଥଳର ସ୍ଥିତି ତଦାରଖ କରିଛନ୍ତି । ଆଜି ଅପରାହ୍ନରେ ବିଡିଓ ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ତହସିଲଦାର ଗାୟତ୍ରୀ ସୋରେନ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବିମ୍ବାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ପ୍ରତି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପିଇଓ ଏବଂ ଜିଆରଏସ ମାନେ ବାତ୍ୟାପାଇଁ ସଜାଗ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । ପ୍ରତି ପଞ୍ଚାୟତରେ ଜେନେରେଟର ବ୍ୟବସ୍ଥା କରିବା ସହିତ ଯେପରି କୌଣସି ଧନଜୀବନ ହାନୀ ନଘଟେ ସେଥିପ୍ରତି ନଜର ରଖିବା ସହିତ ପ୍ରତି ପଞ୍ଚାୟତରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମାନ ମହଜୁଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ଯଦି କୌଣସି ସ୍ଥାନରେ ଗଛପଡି ରାସ୍ତା ଅବରୋ ଘଟେ ତେବେ ତୁରନ୍ତ ଓଡ୍ରାଫ ଟିମକୁ ଜଣାଇବାକୁ କୁହାଯାଇଛି । ସେହିପରି ବିଦୁ୍ୟତ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କଂଟ୍ରୋଲରୁମ ଖୋଲାଯିବା ସହ ବିଭିନ୍ନ ବୈଦୁ୍ୟତିକ ସାମଗ୍ରୀ ଗଚ୍ଛିତ ରଖାଯାଇ କର୍ମଚାରୀ ମାନଙ୍କୁ ସଜାଗ ରଖାଯାଇଛି । ଏହି ବୈଠକରେ ବ୍ଲକର ୩୧ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ବ୍ଲକ କନିଷ୍ଠଯନ୍ତ୍ରୀ, ପିଇଓ, ଜିଆରଏସ ମାନେ ଯୋଗଦେଇଥିଲେ । ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ଆମ୍ବୁଲାନସ ରଖାଯିବା ସହ ବାତ୍ୟା ପାଇଁ ସ୍ୱତନ୍ତ୍ର ଡାକ୍ତର ନିଯୁକ୍ତି କରିବାକୁ ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର ବିଶ୍ୱାଳ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here