ବାଇକ୍ ଟ୍ରକ୍ ମୁହାଁ ମୁହିଁ ଧକା ୧ ମୃତ ୨ ଗୁରୁତର

0
128

କେନ୍ଦୁଝର ( ସଂଜୀବ ସାହୁ / ଆଦ୍ୟାଶା ନ୍ୟୁଜ ) :କେନ୍ଦୁଝର ଜିଲ୍ଲା ପଲାଶପଂଗା ଫାଣ୍ଡି ଅନ୍ତର୍ଗତ ମଲଦା ଛକ ନିକଟରେ ଏକ ଲୁହାପଥର୍ ବୋଝେଇ ଟ୍ରକ ବାଇକ୍ କୁ ଧକା ଦେବା ଫଳରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି | ମୃତୁ ବରଣ କରିଥିବା ଯୁବକ ଜଣକ ହେଲେ ସିଲିଯୋଡା ଗ୍ରାମର ନୃସିଂହ ଲୋହାର ହୋଇଥିବା ବେଳେ ଆହତ ୨ ଜଣ ସେହି ଗ୍ରାମର ଜତି ଚତାର ଏଵଂ ପୂତି ଚତାର୍ ବୋଲି ସୂଚନା ମିଳିଛି | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକ ଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଗାଡ଼ି ଦୁଇ ଟିକୁ ଜବତ କରି ତଦନ୍ତ କରୁଥିବା ଜଣା ପଡ଼ିଛି |

LEAVE A REPLY

Please enter your comment!
Please enter your name here