ବସ ଓଲଟି୨୦ ଜଣ ଯାତ୍ରୀ ଗୁରୁତର

0
75
କଳାହାଣ୍ଡି: (ସୁବୋଧ ରଣା/ଆଦ୍ୟାଶl ନିଉଜ) କଳାହାଣ୍ଡିଜିଲ୍ଲା ଜୟପାଟଣା ଥାନା ରାଜା ମୁଣ୍ଡା ଠାରେ ଭାରସାମ୍ୟ ହରାଇ ପ୍ରଧାନ ଟ୍ରଭେଲ ର ଏକ ଯାତ୍ରୀବାହୀ ବସ ଓଲଟି ପଡିଛି।  ଖବରପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ। ପ୍ରଧାନ ଟ୍ରାଭେଲସ ଏହି ବସ ସାଇ ମାଣିକ୍ୟ (ଓଡ଼ି୦୮ସି୯୮୯୮) ଘରୋଇ ବସ ଜୟପାଟଣା ବ୍ଲକ ସାସ୍ତୁଗୁଡା ଠାରୁ କେସିଙ୍ଗା ପର୍ଯ୍ୟନ୍ତ ଚାଲିଥାଏ।ଆଜି ସକାଳ ୫ଟାରୁ ସସ୍ତୁଗୁଡା ରୁ ୨୦ଜଣ ରୁ ଅଧିକ ଯାତ୍ରୀ ଙ୍କୁ ଧରି ବାହାରିଥିଲା, କିନ୍ତୁ ହାତତ୍ ରାଜାମୁଣ୍ଡା ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା,ଏଥିରେ ୧୮ ଜଣ ସାମାନ୍ୟ ଆହତ ହୋଇଛନ୍ତି ଓ ଜଣେ ଙ୍କ ହାଡ଼ ଭାଙ୍ଗିଯିବା ଜଗୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି ।ଆହତ ମାନଙ୍କୁ ଜୟପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦରେ ଚିକିତ୍ସା କରାଯାଉଛି।ଗୋଟେ କଥା ଏଠି କହିରଖୁ କି ଜୟପାଟଣା ଦେଇ ଚଳୁଥିବା ଅନେକ ବସ ରେ ବହୁ ଉଭରଲୋଡିଙ୍ଗତଥା ଗାଡି ମାନଙ୍କରେ ଫାଷ୍ଟକୀଟ ରହୁନାହିଁ।ନିୟମକୁ ଉଲଂଘନ କରି ବହୁ ଦ୍ରୁତଗତି ରେ ଗାଡି ଚଳାଚଳ ଜଗୁ ଏପରି ଆହୁରି ଅନେକ ଦୁର୍ଘଟଣା ର ସମ୍ବବନା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।ଜିଲା ଆର୍ଟିଓ ଅଧିକାରୀ ଦୃଷ୍ଟି ଦେବାକୁ ଦାବି

LEAVE A REPLY

Please enter your comment!
Please enter your name here