ବସ୍‌ -ଟ୍ରକ୍‌ ଧକ୍କା ; ଜଣେ ଶିଶୁ ମୃତ, ୨୦ଆହତ

0
84

ତେଲକୋଇ (ଆଦ୍ୟାଶା ନ୍ୟୁଜ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ବସ୍‌କୁ ଏକ ଲୁହାପଥର ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେବା ଫଳରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ କେନ୍ଦୁଝର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ମୃତ ଶିଶୁର ଘର କେନ୍ଦୁଝର ଜିଲ୍ଲା ପିପିଳିଆରେ ବୋଲି ଜଣାପଡ଼ିଛି। ଶିଶୁଟି ପରିବାର ଲୋକଙ୍କ ସହ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଉରକେଲା ଯାଉଥିଲା।

ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ରାଉରକେଲା ଅଭିମୁଖେ ଯାଉଥିବା ଘରୋଇ ବସ୍ ‘ରାକେଶ’ କୁ କାଞ୍ଜିପାଣି ଘାଟିରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିବାଳେ ଟ୍ରକ୍‌ଟି ପୋଲ ତଳକୁ ଖସି ପଡ଼ିଥିଲା। ଶିଶୁଟି ରାସ୍ତାକୁ ଛିଟିକି ପଡ଼ି ବସ୍ ତଳେ ଚାପି ହୋଇଯାଇଥିଲା। କାଞ୍ଜିପାଣି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ତେବେ ଟ୍ରକ୍‌ ଡ୍ରାଇଭରଙ୍କ କୌଣସି ଖୋଜଖବର ମିଳିନାହିଁ।

LEAVE A REPLY

Please enter your comment!
Please enter your name here