ବଳଙ୍ଗା ମାମଲା ରେ ନୂଆ ମୋଡ : ମହିଳାଙ୍କୁ ଦୁଷ୍କର୍ମ ହୋଇ ନାହିଁ

0
44

ପୁରୀ: ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାଶ ଗିରଫ ହୋଇ ନିଲମ୍ବିତ ହେବା ପରେ ଏହି ମାମଲା ଏବେ ନୂଆ ମୋଡ ନେଇଛି। ଏଏସଆଇ ମହିଳାଙ୍କୁ ଦୁଷ୍କର୍ମ କରିନାହିଁନ୍ତି ବରଂ ଏକ ପୂର୍ବ ଘଟଣାର ପ୍ରତିଶୋଧ ନେବା ପାଇଁ ମହିଳା ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ପୁରୀ ଏସପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଶୁକ୍ରବାର ପୀଡିତା ଜଣଙ୍କ ଡାକ୍ତରୀ ମାଇନା ପାଇଁ ମନା କରିବା ପରେ ତାଙ୍କ ବୟାନକୁ ନେଇ ସନ୍ଦେହ ଘନୀଭୂତ ହୋଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡିତା ବୟାନ ବଦଳାଇଥିଲେ। ଏଏସଆଇ ଚିତ୍ତରଞ୍ଜନ ଦାଶ ତାଙ୍କ ସହ ଦୁଷ୍କର୍ମ କରିନାହାନ୍ତି ବୋଲି ସେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଇଥିଲେ।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ବଳଙ୍ଗା ଥାନାର କାର୍ଯ୍ୟରତ ପୁଲିସ ଏଏସଆଇ ଚିତ୍ତରଞ୍ଜନ ଦାଶଙ୍କ ବିରୁଦ୍ଧରେ ଜଣେ ବିବାହିତା ମହିଳା ପିପିଲି ଏସ୍‍ଡିପିଓଙ୍କ ନିକଟରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଉକ୍ତ ମହିଳାଙ୍କୁ ୩ମାସ ତଳେ ନିଜ ଭଡା ଘର ମଧ୍ୟରେ ପୁଲିସ ଏଏସ୍‍ଆଇ ଜଣକ ଦୁଷ୍କର୍ମ କରିବା ସହ ତାଙ୍କୁ ବିଭିନ୍ନ ଧମକଚମକ ଦେଇଥିବା ନେଇ ଅଭିଯୋଗ ହୋଇଥିଲେ।

LEAVE A REPLY

Please enter your comment!
Please enter your name here