ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ୍‌ଙ୍କ ପରଲୋକ

0
88

ଭୁବନେଶ୍ୱର (ଆଦ୍ୟାଶା ନ୍ୟୁଜ) : ବରିଷ୍ଠ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ୍‌ଙ୍କ ପରଲୋକ। ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ବେଦ ପ୍ରକାଶ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ସେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ୨୦୦୯ ଓ ୨୦୧୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ମଧ୍ୟ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ବି ବିଜେଡି ତାଙ୍କୁ ପାଟକୁରାରୁ ପ୍ରାର୍ଥୀ କରିଥିଲା। ଏପରିକି ନାମାଙ୍କନ ପତ୍ର ଦାଖଲ ବେଳେ ବି ସେ ଅସୁସ୍ଥ ଥିଲେ।

ତାଙ୍କର ମୃତ୍ୟୁକୁ ନେଇ ପାଟକୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ରାଜନୈତିକ ମହଲରୁ ମଧ୍ୟ ଏହାକୁ ରାଜ୍ୟ ରାଜନୀତିର ଏକ ଦୁଃଖଦ ପୂର୍ଣ୍ଣ ଖବର ବୋଲି କୁହାଯାଇଛି।ବେଦ ପ୍ରକାଶଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା  ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here