ବରିଷ୍ଠ ଆଇପିଏସ୍‌ ବି.କେ. ଶର୍ମାଙ୍କୁ ଇନ୍‌ଚାର୍ଜ ଡିଜିପି ଦାୟିତ୍ୱ

0
33

ଭୁବନେଶ୍ୱର,-: ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍‌ ବିଜୟ କୁମାର ଶର୍ମାଙ୍କୁ ବୁଧବାର ଇନ୍‌ଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନୂତନ ନିଯୁକ୍ତି ଦିଆଯିବା ହେତୁ ବିଜୟଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ୱ ମିଳିଛି। ତେବେ ବି.କେ ଶର୍ମା ବର୍ତ୍ତମାନ ଅଗ୍ନିଶମ ବିଭାଗ ଡିଜି ଅଛନ୍ତି।

ପ୍ରକାଶଯୋଗ୍ୟ, ନୂତନ ଲୋକାୟୁକ୍ତ ସଦସ୍ୟଭାବେ ଆର୍‌.ପି.ଶର୍ମାଙ୍କୁ ମଙ୍ଗଳବାର ମନୋନୀତ କରାଯାଇଛି। ଏଥିପାଇଁ ଚୟନ କମିଟି ପକ୍ଷରୁ ଶର୍ମାଙ୍କ ନାମକୁ ସୁପାରିଶ କରାଯିବା ପରେ ଏହାକୁ ରାଜ୍ୟପାଳ ଗଣେଶୀ ଲାଲ ଗ୍ରହଣ କରିନେଇଛନ୍ତି। ଏଣୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବଦଳିବେ ବୋଲି ସ୍ପଷ୍ଟ ହୋଇଥିଲା।

 

 

LEAVE A REPLY

Please enter your comment!
Please enter your name here