ବଦଳିଲେ ସତ୍ୟବାଦୀ, କଣାସ ବିଜେଡି ସଭାପତି

0
91

ପୁରୀ (ଆଦ୍ୟାଶ| ନିଉଜ): ପୁରୀ ଜିଲା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବିରୋଧ କରି ନିଲୁ ଷଡ଼ଙ୍ଗୀଙ୍କ ସାଙ୍ଗରେ ଯାଇଥିବା ସତ୍ୟବାଦୀ ଓ କଣାସ ବ୍ଲକ ବିଜେଡି ସଭାପତି ରତିକାନ୍ତ ମିଶ୍ର ଓ ସୁଶୀଲ ରାଉତଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ଉଭୟଙ୍କୁ ସଭାପତି ପଦ ହରାଇବାକୁ ପଡ଼ିଛି। ରବିବାର ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସତ୍ୟବାଦୀ ବ୍ଲକ ସଭାପତି ଭାବେ ପ୍ରମୋଦ କୁମାର ରାଉତରାୟଙ୍କୁ ଓ କଣାସ ବ୍ଲକ ବିଜେଡି ନୂତନ ସଭାପତି ଭାବରେ ସୁରେଶ ସାହୁଙ୍କୁ ନିଯୁକ୍ତି ଦେଇଛନ୍ତି। ଏ ସମ୍ପର୍କରେ ଏକ ପ୍ରେସ୍‌ ବିଜ୍ଞପ୍ତିରେ ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି। ଏହାସହ ଜିଲା ସମ୍ପାଦକ ଭାବେ ସୁଶୀଲ କୁମାର ରାଉତଙ୍କୁ ନିଯୁକ୍ତି ମିଳିଛି।

LEAVE A REPLY

Please enter your comment!
Please enter your name here