ବଣେଇ କାଲଟା ରେ ଅବସ୍ଥିତ ଥିବା ଗୁପ୍ତ କାଶୀର ବିସ୍ମିତ କଲା ପରି ରହସ୍ୟ ଲୋକ ଲୋଚନକୁ ଆସିବ କେବେ ??

0
55

ବଣେଇ(ଆଦ୍ୟାଶା ନ୍ୟୁଜ/ରମେଶ ଚନ୍ଦ୍ର ବେହେରା ) – ବଣେଇ ଉପଖଣ୍ଡର କୋଇଡ଼ା ବ୍ଲକ ଅନ୍ତର୍ଗତ କାଲଟା ଚୁନାଘାଟି ପାହାଡ଼ ଉପରେ ଥିବା ପ୍ରାକୃତିକ ଘନ ଜଙ୍ଗଲ ମଧ୍ୟରେ ଗୁପ୍ତ କାଶୀ ଅବସ୍ଥିତ। ଏଠାରେ ଝରଣାର କୁଳୁକୁଳୁ ଶବ୍ଦ ସାଙ୍ଗକୁ ପାହାଡ଼ ଘନ ଜଙ୍ଗଲ ସାଙ୍ଗକୁ ମନଲୋଭା ପ୍ରାକୃତିକ ପରିବେଶ ମନ ମୁଗ୍ଧ କରବା ସହିତ ଆଣିଦିଏ ଆଧ୍ୟାତ୍ମିକ ଭାବନା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ପାହାଡ଼ ଗୁମ୍ଫାରେ ପୁରାତନ କାଳରେ ଅନନ୍ତ ଋଷି ଶିବଙ୍କୁ ତପସ୍ୟା ବା ଆରାଧନା କରି କରି ଏହି ଗୁମ୍ଫା ଭିରରେ ଉଇ ହୁଙ୍କା ହୋଇ ଯାଇଥିଲେ କିନ୍ତୁ ଏବେ ଉଇ ଉଇହୁଙ୍କା ବୃଦ୍ଧି ପାଇବା ସାଙ୍ଗକୁ ଶିବଙ୍କ ଜଟା ସ୍ୱରୂପ ଆକୃତି ଦେଖା ଯାଉଥିବା ଭକ୍ତଂକୁ ଆଶ୍ଚର୍ଯ୍ୟ ବିସ୍ମୟ କରୁଛି। ସେହି ଗୁମ୍ଫା ଭିତରେ ଶିବଙ୍କ ପ୍ରସ୍ପୁଠିତ ଲିଙ୍ଗ ପୂଜା ପାଉଥିବା ବେଳେ ଉଇ ହୁଙ୍କାକୁ ମଧ୍ୟ ପୂଜାର୍ଚନା କରି ଆସୁଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ଆଉ ଏକ ଆଶ୍ଚର୍ଯ୍ୟ କର କଥା ହେଲା ଏଠାରେ ଏମିତି ଏକ ଗଛ ରହିଛି ଯାହାର ଡାଳରେ ଫଳ ନହୋଇ ପତ୍ର ଉପରେ ଫଳ ହୋଇଥିବା ଦେଖିବାକୁ ମିଳିଛି ଏତତ୍ ବ୍ୟତୀତ ପୂଜକ ଙ୍କ କହିବା ଅନୁଯାୟୀ ସେଠାରେ ଥିବା ଏକ ଆମ୍ବଗଛ ସତ୍ୟ ଯୁଗର ବୋଲି ବାବା ଦର୍ଶାଇ ଛନ୍ତି ଯାହାର ପତ୍ର ଅନ୍ୟ ଆମ୍ବ ଗଛ ପତ୍ର ତୁଳନାରେ ଢେର ଲମ୍ବା ରହିଥିବା ଜଣାପଡିଛି।

 

 

LEAVE A REPLY

Please enter your comment!
Please enter your name here