ବଣାଇ ରେ ଅଣ୍ଟା ଭିଡିଲେ ଦୁଇ ଟାଣୁଆ ବିଜେଡି ନେତା

0
165

କୋଇଡା ( ଲମ୍ବୋଦର ବାରିକ/ ଆଦ୍ୟାଶା ନ୍ୟୁଜ) – ଅଣ୍ଟା ଭିଡିଲେ ଦୁଇ ଟାଣୁଆ ବିଜେଡି ନେତା ଏଥର ଶଙ୍ଖ ଆସିବ ବଣାଇ ମାଟିରେ ବୋଲି କହିଛନ୍ତି ସମାଜ ସେବି କୁଶ ଆପଟ ଏବଂ ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ।

 

ବିଜେଡିର ବିଧାନସଭା ଟିକେଟ କୁ ନେଇ ବିଜେଡି ସୁପ୍ରିମ ତଥା ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରାଥି ଚୟନ କୁ ନେଇ ଦୋଳ ରେ ଝଡ଼ ବାତ୍ୟାର ଶେଷ ହେବା ପରେ ଆଜି ଅଣ୍ଟା ଭିଡ଼ିଲେ ଦୁଇ ଟାଣୁଆ ବିଜେଡି ନେତା ଏଥର ବଣାଇ ମାଟିରେ ଶଙ୍ଖ ଆସିବ ବୋଲି ସମାଜ ସେବୀ କୁଶ ଆପଟ ଏବଂ ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ଏକ କର୍ମୀ ସମିଳନୀ ରେ କହିଛନ୍ତି।
ଏହି କର୍ମୀ ସମିଳନୀ କୋଇଡ଼ା ବ୍ଲକ ଅନ୍ତର୍ଗତ ତେହେରେଇ ଠାରେ ବିଜୁ ଜନତା ଦଳର କର୍ମୀ ସମିଳନୀ ସଭା ପକ୍ଷରୁ ଆୟୋଜନ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଜେଡି ବିଧାୟକ ପ୍ରାଥୀ ରଞ୍ଜୀତ କିସାନ, ପଦମ୍ୟୁନ ତ୍ରିପାଠୀ, ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ,ସମାଜ ସେବି କୁଶ ଆପଟ, ଯୁବ ନେତା ଅଶୋକ ନାୟକ, ଟିଟୁନ ଦାସ ,ସମାଜ ସେବି ଦିବାକର ନାୟକ ସହିତ ଅନେକ ବିଜୁ ଜନତା ଦଳର ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇଥିଲେ. ଏଥିରେ ଆଗାମୀ ୧୮ ତାରିଖରେ ଥିବା ନିର୍ବାଚନ କୁ ନେଇ ଆଲୋଚନା କରାଯାଏଥିଲା। ଏହି ସଭାରେ ସମାଜ ସେବି କୁଶ ଆପଟ କର୍ମକର୍ତା ମାନଙ୍କୁ ଆଗାମୀ ଦିନର ରଣନୀତି କଣ ରହିବ ତାହା ସମସ୍ତକୁ ଅବଗତ କରିବା ସହିତ। ଏ ଥର ବଣାଇରେ ଶଙ୍ଖ ଆସିବ ବୋଲି କହିବା ସହିତ।ସବୁ ପୁରୁଣା କଥାକୁ ପଛରେ ପକାଇ ଶେଷରେ ଏକ ହୋଇ ବଣାଇ ମାଟିରେ ଶଙ୍ଖ ଆଣିବେ ବୋଲି ଦୁଇ ଟାଣୁଆ ବିଜେଡି ନେତା ତଥା ବିଜେଡି ବିଧାୟକ ପ୍ରାଥୀ ରଞ୍ଜୀତ କିସାନ କୁ ସମର୍ଥନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here