ବଣାଇଁ – ନବବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପରିବାର ଲୋକେ ହତ୍ଯା ଅଭିଯୋଗ ଆଣିଲେ

0
93

ବଣାଇଁ (ଆଦ୍ୟାଶା ନ୍ୟୁଜ/ରମେଶ ଚନ୍ଦ୍ର ବେହେରା) ବଣାଇଁ ଥାନା ଅନ୍ତର୍ଗତ ତଲିତା ଗ୍ରାମରେ ଥିବା ଶିଖୁଂଲା ଗୁଡା ସାହିରେ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଯାଇଛି। ଖବର ପାଇ ବଣାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୁତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ମୁତର କୌଣସି ସ୍ପଷ୍ଟ କାରଣ ଜଣାପଡି ନଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁ କାରଣ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି। ଘଟଣାରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନାର ଖରସୁଆଁ ଗ୍ରାମର ଲିନାବତି ପୁଷ୍ଟି (୨୪)ଗତ ତିନି ବର୍ଷ ତଳେ ବଣାଇଁ ଥାନା ଅନ୍ତର୍ଗତ ତଲିତା ଗ୍ରାମର ଶିଖୁଂଲା ସାହିର ଟଙ୍କଧର ବେହେରାଙ୍କୁ ବିବାହ କରିଥିଲେ। ଏହି ବିବାହ ଘର ଲିନାବତି ମାମୁଁ ଘର ଟିକାୟତ ପାଲି ଥାନାର ଆଡାଡିହି ଗ୍ରାମରେ ହୋଇଥିଲା। ମୁତ ଲିନାବତି ର ସ୍ଵାମୀ ଟଙ୍କଧର କୋଇଡା ଅଞ୍ଚଳର କାଲଟା ଠାରେ କୌଣସି ଏକ କାରଖାନାରେ ସିକୁରୀଟି ଭାବେ କାମ କରୁଥିଲା। ତେବେ ଗତକାଲି କୌଣସି କାରଣକୁ ନେଇ ଲିନାବତି ର ମୃତ ଦେହ ତାଙ୍କ ଘରେ ପଡିଥିବା ଦେଖି ପରିବାର ଲୋକେ ବଣାଇଁ ଥାନାରେ ଖବର ଦେଇଥିଲେ। ଆଜି ମାଜିଷ୍ଟ୍ରେଟ ଭାବେ ବଣାଇଁ ରାଜସ୍ବ ଅଧିକାରୀ ସରୋଜ କୁମାର ପୁଷେଟ, ବଣାଇଁ ଥାନା ଅଧିକାରୀ ରବିନ୍ଦ୍ର କୁମାର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଘରଭିତରୁ ଉଦ୍ଧାର କରିଥିଲେ। ତେବେ ମୁତ ନବବିବାହିତାକଂ ବେକରେ ଦାଗ ରହିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାରବର୍ଗ ପ୍ରକାଶ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଥିବାବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି।

LEAVE A REPLY

Please enter your comment!
Please enter your name here