ବଜ୍ରା ଘାତ ରେ ତାବଡା ପୂର୍ବତନ ସରପଞ୍ଚ ଙ୍କ ମୃତ୍ୟୁ

0
88
ଦେବଗଡ଼/ରିଆମାଲ (ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ):ଦେବଗଡ଼ ରିଆମାଲ ବ୍ଲକ ଅନ୍ତର୍ଗତ , ତାବଡା ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ରମଣୀ ରଞ୍ଜନ ନନ୍ଦ ଙ୍କର ବଜ୍ରାଘାତ ରେ ମୃତ୍ୟ ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ସାନ ଡଙ୍ଗାଘାଟ ନିବାସୀ ଶ୍ରୀ ନନ୍ଦ ତାଙ୍କର ତାବଡା ନିକଟସ୍ଥ କ୍ରସର କୁ ଦିବା ୨ ଘଟିକା ସମୟ ରେ ଯିବା ବାଟରେ ବର୍ଷା ହେବାରୁ ଏକ ବୃହତ ଗଛ ମୂଳରେ ଆଶ୍ରୟ ନେଇ ମୋବାଇଲ ରେ କଥାବାର୍ତ୍ତା କରୁଥିବା ସମୟରେ ବଜ୍ରପାତ ହେବାରୁ ତାଙ୍କ ମୋବାଇଲ ଟି ଫାଟିଯିବାସହିତ , ତାଙ୍କ ଶରୀର ର ବିଭିର୍ଣ ଅଙ୍ଗ ରେ ଆଘାତ ଲାଗିଥିଲା । ଏବଂ ତାଙ୍କୁ ଘଟଣା ସ୍ଥଳରୁ ପ୍ରାୟ ୨୫ କିମି ଦୂର ଦେବଗଡ଼ ମୁଖ୍ୟଚିକିତ୍ସାଳୟ କୁ ମୁମୂର୍ଷୁ ଅବସ୍ଥାରେ ଆଣୁଥିବା ସମୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଶ୍ରୀ ନନ୍ଦଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳ ଓ ସମ୍ପର୍କୀୟ ମହଲ ରେ ଶୋକର ବାତାବରଣ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here