ବଜ୍ରପାତରେ ମହିଳା ମୃତ

0
73

ବାରକୋଟ (ଆଲୋକ ପ୍ରସାଦ/ ଆଦ୍ୟାସା ନ୍ୟୁଜ ) – ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବିଜୟନଗର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଘୁରଡୁଖମନ ଗ୍ରାମରେ ଘଟିଛି ପ୍ରାକୃତିକ ଦୈବୀ ଦୁର୍ଘଟଣା । ଘଟଣା କ୍ରମରୁ ଜଣା ପଡେ ପ୍ରେମମଞ୍ଜରୀ ପ୍ରଧାନ(୩୦) ସ୍ୱା . ହେମନ୍ତ ପ୍ରଧାନ ଜମିକୁ ପଲହା ମାରିବାକୁ ଯାଇଥିବା ସମୟ ରେ ଆଜି ଅପରାହ୍ନ ୩ ଘଟିକା ସମୟ ରେ ବଜ୍ରପାତ ଯୋଗୁଁ , ପ୍ରେମ ମଞ୍ଜରୀ ଅଚେତ ହୋଇ ପଡ଼ିଥିଲେ । ଅଚେତ ଅବସ୍ଥାରେ ତାଙ୍କୁ ତାଙ୍କ ସମ୍ପର୍କୀୟ ଙ୍କ ସହାୟତା ରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ଅଣା ଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳ ରେ ଦେବଗଡ ପୋଲିସ ପହଞ୍ଚି ଶବ କୁ ଜବତ କରିବା ସହିତ ତଦନ୍ତ ଚାଲୁ ରଖିଛି । ଏହି ମୃତକାଙ୍କ ମୃତ୍ୟୁ ରେ ତାଙ୍କ ପରିବାର ଓ ଡାକ୍ତରଖାନା ପରିସର ରେ ଏକ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି ।

 

 

 

LEAVE A REPLY

Please enter your comment!
Please enter your name here