ବଜ୍ରପାତରେ ମହିଳାଙ୍କ ସମେତ ଦୁଇଜଣ ଆହତ, ୪ଟି ଗୋରୁ ମୃତ

0
80

କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶା ନ୍ୟୁଜ)-ଘଟଗାଁ ଅଞ୍ଚଳରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ମହିଳାଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଘଟଗାଁ ମେଡିକାଲ ରେ ଭର୍ତ୍ତି କରାଯାଇଛି | ବିଭିନ୍ନ ଗ୍ରାମରେ ୪ଟି ଗୋରୁ ପ୍ରାଣ ହରାଇଛନ୍ତି । ଅପରାହ୍ନରେ କାଳ ବୈଶାଖୀ ପ୍ରଭାବରେ ପଵନ ବୋହିବା ସହିତ ବର୍ଷା ଓ ବିଭିନ୍ନ ସ୍ଥାନରେ ଘନଘନ ବଜ୍ରପାତ ହୋଇଥିଲା ।ଖଣ୍ଟଘର ପଞ୍ଚାୟତ ଖଣ୍ଟଘର ଗ୍ରାମର ଉପେନ୍ଦ୍ର ନାୟକଙ୍କ ଗୋଟିଏ ଗାଈ ବଜ୍ରପାତରେ ମୃତ୍ୟୁବରଣ କରିଛି । ମୁକ୍ତାପୁର ପଞ୍ଚାୟତ ମାଛଭଣ୍ଡାର ଗ୍ରାମର ନରହରି ମହାନ୍ତଙ୍କ ଗୋଟିଏ ବଳଦ ଓ ବଡଜାମୁପଶି ଗ୍ରାମର ଦନାର୍ଦ୍ଦନ ବାରିକଙ୍କ ଦୁଇଟି ବଳଦ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ଉପରଡିହା ମୁଣ୍ଡା ସାହିର ଜଣେ ମହିଳା ଓ ଜଣେ ୧୦୨ ଚାଳକ ଘଟଗାଁ ହାଟ ନିକଟରେ ଆହତ ହୋଇ ଘଟଗାଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ବର୍ଷା ଯୋଗୁଁ ତାତିରୁ ସାମାନ୍ୟ ତ୍ରାହି ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ପବନ ବର୍ଷା ଓ ବଜ୍ରପାତ କାରଣରୁ ଜୀବନ ହାନି ଘଟୁଛି ।

LEAVE A REPLY

Please enter your comment!
Please enter your name here