‘ଫୋନି’ରେ ହୋଟେଲ ଶିଳ୍ପରେ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି

0
67

ଭୁବନେଶ୍ୱର : ବାତ୍ୟା ଫୋନିରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ହୋଟେଲ ଶିଳ୍ପ। ପୁରୀ ଓ ଭୁବନେଶ୍ୱରରେ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ଘଟିଛି। ରାଜ୍ୟରେ ହୋଟେଲ ଶିଳ୍ପରେ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ଘଟିଛି।

ପୁରୀ ସହରର ପ୍ରାୟ ୮୦ ପ୍ରତିଶତରୁ ଅଧିକ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ସମସ୍ତ ବ୍ୟାଙ୍କ ପକ୍ଷରୁ ତୁରନ୍ତ ଋଣ ବ୍ୟବସ୍ଥା ପାଇଁ ହୋଟେଲ ଓ ରେସ୍ତୁରାଁ ସଂଘ ନିବେଦନ କରିଛି। ବାଣିଜ୍ୟିକ କ୍ଷେତ୍ରରେ ୨ ହଜାର କୋଟି କ୍ଷତି ହୋଇଛି ବୋଲି ଦାବି କରିଛି ହୋଟେଲ ଓ ରେସ୍ତୁରାଁ ସଂଘ।

ବିଦ୍ୟୁତ୍‌, ଷ୍ଟ୍ରିଟ୍ ଲାଇଟ୍ ଆଦି କ୍ଷେତ୍ର ପ୍ରତି ସରକାର ଗୁରୁତ୍ୱ ଦେବାକୁ ନିବେଦନ କରାଯାଇଛି। କ୍ଷୟକ୍ଷତି ପାଇଁ ବୀମା କମ୍ପାନୀ ୫୦ ପ୍ରତିଶତ ଅଗ୍ରୀମ ଦେବା ସହ ସମସ୍ତ ବ୍ୟାଙ୍କ ପକ୍ଷରୁ ଶୀଘ୍ର ଋଣ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯାଉ ବୋଲି ସଂଘ କହିଛି। ଜିଏସଟି, ମ୍ୟୁନିସିପାଲିଟି ଟ୍ୟାକ୍ସ ୨ ବର୍ଷ ଛାଡ଼ ପାଇଁ ମଧ୍ୟ ନିବେଦନ କରାଯାଇଛି।

 

LEAVE A REPLY

Please enter your comment!
Please enter your name here