ଫର୍ମ ଫିଲପ ପାଇଁ ଯାଇଥିବା ଅଭିଭାବକ ଙ୍କୁ ମହିଳା ଅଧ୍ୟାପିକା ଙ୍କ ନାଲିଆଖି ଓ ଅପ ବ୍ୟବହାର

0
136

ଦେବଗଡ଼ (ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ):ଦେବଗଡ଼ ମହାବିଦ୍ୟାଳୟ ହେଉଛି ଏକ ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ । ଏହି ବିଦ୍ୟାଳୟରେ ନାମ ଲେଖେଇବାପାଇଁ ସ୍ଥାନୀୟ ଅଞ୍ଚଳ ଓ ଦୂର ଦୁରାନ୍ତର ରୁ ନାମ ଲେଖେଇବା ପାଇଁ ଧାଇଁ ଆସୁଛନ୍ତି ଛାତ୍ର ଛାତ୍ରୀ । ଠିକ ସେହିଭଳି ୨୫ /୬/୧୯ ତାରିଖ ଦିନ ନିଜ ଭଣଜା ର ନାମ ପଂଜି କୃତ କରିବା ପାଇଁ , ସେହି ବିଦ୍ୟାଳୟ ର ପୁରାତନ ଛାତ୍ର ଶ୍ରୀ ରୂପକ ଗୁମାନସିଂ ଦେବଗଡ଼ ମହାବିଦ୍ୟାଳୟ କୁ ଆସିଥିଲେ । ବିଜ୍ଞାନ ବିଭାଗ ରେ ନିଜ ଭଣଜା ର ନାମ ପଞ୍ଜିକୃତ ପାଇଁ ସମସ୍ତ ପ୍ରକାର ପ୍ରାଥମିକ ପ୍ରସ୍ତୁତି କରିସାରିଥିଲେ , ଓ ଏପରିକି ଆଡ୍ମିସନ ଇଂଚାର୍ଜ ଅଫିସର ମଧ୍ୟ ତାଙ୍କ ଦରଖାସ୍ତ ରେ ଦସ୍ତଖତ ଦେଇସାରିଥିଲେ । ସେହି ଦରଖାସ୍ତ କୁ ନେଇ ମାମୁଁ ଗୁମାନସିଂ ଭେରିଫାଇ ଦାୟିତ୍ୱରେ ଥିବା କୁମାରୀ ଅନିତା ଗରତୀୟା ଙ୍କ ନିକଟକୁ ଯାଇଥିଲେ । କିନ୍ତୁ ଭେରିଫାଇ ଦାୟିତ୍ୱ ରେ ଥିବା କର୍ମଚାରୀ ଜଣକ ଉକ୍ତ ଦରଖାସ୍ତ ରେ କିଛି ତୃଟି ନ ଥିଲେ ବି ଆହୁରି ଥରେ ପୁନର୍ବାର ଉକ୍ତ ଦରଖାସ୍ତ କୁ ଲେଖି ଆଣିବା ପାଇଁ କହିଥିଲେ । କିନ୍ତୁ ଶ୍ରୀ ଗୁମାନସିଂ ଉକ୍ତ ମହିଳା କର୍ମଚାରୀଙ୍କୁ ପାଲଟା ପ୍ରଶ୍ନ କରିଥିଲେ , ଏହି ଦରଖାସ୍ତ କୁ ଆଡ୍ମିସନ ଇଂଚାର୍ଜ ସ୍ୱୀକୃତି ପ୍ରଦାନ ଦେଇସାରିଥିବା ବେଳେ  ଆପଣ କାହିଁକି ଏଭଳି କହୁଛନ୍ତି । ଏଥିରୁ ଆରମ୍ଭ ହୋଇଥିଲା ଉକ୍ତ ମହିଳା କର୍ମଚାରୀଙ୍କ ଶ୍ରୀ ଗୁମାନସିଂ ଙ୍କ ଉପରେ ଅପ ଶବ୍ଦ ର ବ୍ୟବହାର ସହିତ ମୁ ତୋର କାର୍ଯ୍ୟ କରିବି ନାହିଁ ତୋର କଣ କରିବାର ଅଛି କର ବୋଲି । ଆଉ ତୁ ଯଦି କୌଣସି ଗଣ ମାଧ୍ୟମ କୁ ଗୁହାରି କରିଲେ ବି ମୋର କେହି କିଛି ବିଗାଡି ପାରିବେନି ବୋଲି ମନ୍ତବ୍ୟ ଦେଇଥିଲେ । ଏବଂ ସର୍ବ ଶେଷରେ ଶ୍ରୀ ଗୁମାନସିଂ ଦେବଗଡ଼ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ସନ୍ତୋସିନୀ ଶତପଥୀ ଙ୍କୁ ଏ ବିଷୟରେ ଅବଗତ କରେଇବାରୁ , ସେ ଆସି ଭେରି ଫାଇ ଦାୟିତ୍ୱ ରେ ଥିବା ଉକ୍ତ ମହିଳା ଙ୍କୁ ଆସି ତାଗିଦ କରିବାରୁ ସେ ଶେଷରେ ପ୍ରିନ୍ସିପାଲ ମୋହଦୟା ଙ୍କ ନାଲି ଆଖି କୁ ଭୟ କରି ଶେଷରେ ଅନୋନ୍ୟପାୟ ହୋଇ ଉକ୍ତ ଦରଖାସ୍ତ କୁ ଭେରିଫାଇ କରିଥିଲେ । ହେଲେ ଏଥିରେ ପ୍ରଶ୍ନ ଉଠୁଛି ଏହି ତଳିଆ କର୍ମଚାରୀ ମାନେ ଲୋକଙ୍କ ସେବା ପାଇଁ ନିଯୁକ୍ତି ହୋଇ ସରକାରୀ ଦରମା କୁ ହାତଉ ଥିବା ବେଳେ , ଲୋକଙ୍କ କାମ କରିବାକୁ ଏତେ କୁଣ୍ଠା ବୋଧ କାହିଁକି ? ଏଭଳି କର୍ମଚାରୀଙ୍କ ପ୍ରତି କଠୋର ପଦକ୍ଷେପ ସହିତ ଆଗାମୀ ଭବିଷ୍ୟତ ରେ ସେ ଯେଭଳି କୌଣସି ଅଭିଭାବକ କିମ୍ବା ଛାତ୍ର ମାନଙ୍କ ପ୍ରତି କ୍ରୁର ବ୍ୟବହାର ନ କରନ୍ତି ସେଇଥି ପାଇଁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାଦରକାର ବୋଲି ଶ୍ରୀ ଗୁମାନସିଂ କ୍ଷୋଭ ର ସହିତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here