ଫନିକୁ ମାସେ ବିତିଲା, ଏବେବି ମିଳିଲାନି ସରକାରୀ ସହାୟତା

0
83

କେନ୍ଦୁଝର (ସଂଜୀବ ସାହୁ/ଆଦ୍ୟାଶ ନିଉଜ):ଫନି ବାତ୍ୟାକୁ ମାସେ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଘର ଭାଙ୍ଗା ଲୋକଙ୍କୁ ସହାୟତା ମିଳିପାରିନି । ଫଳରେ କ୍ଷତିଗ୍ରସ୍ତ ପରିବାର ଲୋକେ ଏବେ ବି ଭଙ୍ଗାଘରେ ପଲିଥିନି ଟାଙ୍ଗି ଜୀବନ ଯାପନ କରୁଛନ୍ତି । ଯାହାର ଘର ଭାଙ୍ଗିରୁଜି ଯାିଥିଲା ସେମାନେ ଘରକୁ ମରାମତି କରିପାରି ନାହାନ୍ତି । ଅପେକ୍ଷା କରିଛନ୍ତି ସରକାରୀ ସହାୟତାକୁ । ଫନି ବାତ୍ୟାରେ ହାଟଡିହି ବ୍ଲକରେ ୨୩୨ଟି ଚାଳଘର ଆଂଶିକ ଭାଙ୍ଗିଥିବାବେଳେ ୩ଟି ପକ୍କାଘର ମଧ୍ୟ ଆଂଶିକ କ୍ଷତିଗ୍ରସ୍ଥ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଥିଲା । । କେବଳ ହାଟଡିହି ପଞ୍ଚାତରେ ତିନୋଟି ଘର ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବା ନେଇ ସରକାରୀ ଭାବେ ରିପୋର୍ଟ ଦିଆଯାଇଥିଲା । ଆଂଶିକ ଚାଳଘର କ୍ଷତିଗ୍ରସ୍ଥଙ୍କୁ ୩ହଜାର ଦୁଇଶହ ଟଙ୍କା ଓ ଆଂଣିକ୍ଷକ ପକ୍କାଘର କ୍ଷତିଗ୍ରସ୍ଥକୁ ୫ହଜାର ଦୁଇଶହ ଟଙ୍କା ଓ ସମ୍ପୁର୍ଣ୍ଣ ଘର ଭାଙ୍ଗିଥିବା ପରିବାରକୁ ୯୫ହଜାର ଦୁଇଶହ ଟଙ୍କା ଦେବାର ସରକାର ଘୋଷଣା କରିଥିଲେ । ୭ଦିନ ଭିତରେ କ୍ଷତିପୁରଣ ଦେବାକୁ ସରକାରୀ ନିଦେ୍ର୍ଦଶ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ଯୋଗାଇ ଦିଆଗଲା ନାହିଁ ବୋଲି ଘର ଭାଙ୍ଗିଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ତହସିଲ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ସେମାନେ ସରକାରୀ ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟକୁ ପଠାଇଦେଇଛନ୍ତି । ଅଳ୍ପଦିନ ମଧ୍ୟରେ କ୍ଷତିଗ୍ରସ୍ଥ ହିତାଧିକାରୀଙ୍କ ଏକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here