ପ୍ରାର୍ଥିପତ୍ର ଦାଖଲ କଲେ କନକ ବର୍ଦ୍ଧନ ସିଂଦେଓ

0
97

ପାଟଣାଗଡ଼, ( ଲଳିତ ମଲ୍ଲିକ / ଆଦ୍ୟାଶା ନ୍ୟୁଜ ) : ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ମଧ୍ୟାହ୍ନ ୧୨ ଟାରେ କନକ ବର୍ଦ୍ଧନ ସିଂଦେଓ ପାଟଣାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପାଟଣାଗଡ ଭାଜପା କାର୍ଯ୍ୟାଳୟ ରାଜଖମାରଠାରୁ ତାଙ୍କ ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଆସି ପାଟଣାଗଡ଼ ଉପଜିଲାପାଳ କେ. ଶକ୍ତିକ୍ରିଷ୍ଣାନ କେ.ପି.ଙ୍କ ନିକଟରେ ତାଙ୍କ ୪ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ରାଜ୍ୟ ସରକାରଙ୍କ ବିଫଳତା ଏବଂ ଭାଜପା ସରକାର ହେଲେ ଓଡ଼ିଶାର ବିକାଶଧାରା କିପରି ହେବ ତାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here