ପ୍ରସ୍ତୁତି ପଥେ ଦେବଗଡ଼ ଗଣେଶ ପୂଜା

0
74

ଦେବଗଡ଼  – (ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ ) ଆଉ ଚାରିଦିନ ରହିଲା ବିଘ୍ନ ବିନାଶକ ଶ୍ରୀ ଗଣେଶ ମହାପ୍ରଭୁଙ୍କ ପୂଜା । ଏହି ପୂଜା ଦେବଗଡ଼ ପରିବା ମାର୍କେଟ ରେ ଦୀର୍ଘ ୭୦ ବର୍ଷ ଧରି ମହା ସମାରୋହ ରେ ପାଳିତ ହୋଇ ଆସୁଅଛି । ଏହି ଗଣେଶ ମହା ପ୍ରଭୁଙ୍କ ପୂଜା କୁ ପ୍ରଥମେ ମରୁଆଡି ସମ୍ପ୍ରଦାୟର ବ୍ୟକ୍ତି ଓ ବେପାରୀ ମାନେ କରିଆସୁଥିଲେ । ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା କୁ ସାର୍ବଜନୀନ ଓ ଆକର୍ଷଣୀୟ କରିବା ପାଇଁ ମରୁଆଡ଼ି ସମ୍ପ୍ରଦାୟ ଦେବଗଡ଼ ସହର ବାସୀଙ୍କୁ ସମର୍ପି ଦେଇଥିଲେ । ଏହି ପୂଜା ସାର୍ବଜନୀନ ହେବାଫଳ ରେ କେତେକ ଅସାଧୁ ବ୍ୟକ୍ତି ବିଶେଷ ପୂଜା ଆଳରେ ନିଜ ବ୍ୟାଙ୍କ ବଲାନ୍ସ ବଢ଼େଇ ଚାଲିବା ଓ ସଠିକ ଭାବରେ ପୂଜାର ହିସାବ ପତ୍ର ନ ଦେବାରୁ , ଦେବଗଡ଼ ଜିଲ୍ଲା ପ୍ରଶାସନ ଶେଷରେ ଏହି ପୂଜାକୁ ପୁଣିଥରେ ଦେବଗଡ଼ ବଣିକ ସଂଘ କୁ ଅନୁମତି ପ୍ରଦାନ କରିବା ସହିତ ପୁରୁଣା ସଦସ୍ୟଙ୍କୁ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ତାଗିଦ କରିଛନ୍ତି । ସେ ଯାହାହେଉ ଦେବଗଡ଼ ବଣିକ ସଂଘ ଏ ଦାୟିତ୍ୱ ନେବା ପରେ ବହୁତ ଶାନ୍ତି ଶୃଙ୍ଖଳା ର ସହିତ କିଭଳି ଭାବରେ ସପ୍ତଦିବସିୟ ପୂଜା ଅନୁଷ୍ଠିତ ହେବ ସେଇଥିପାଇଁ ପ୍ରସ୍ତୁତି ରେ ଲାଗିଛନ୍ତି । କିଛିଦିନ ପରେ ମଣ୍ଡପରେ ବିଘ୍ନ ବିନାସକ ଶ୍ରୀ ଗଣେଶ ବିରାଜମାନ କରିବେ ଏଣୁ ସହର ର ମୁଖ୍ୟ ଛକ ରେ ଲକ୍ଷାଧିକ ଟଙ୍କା ବ୍ୟୟ ରେ ନିର୍ମିତ ହେଉଛି ସୁନ୍ଦର ତୋରଣ, ତା ସହିତ ସହର ର ମୁଖ୍ୟ ଛକ ଓ ରାସ୍ତା କଡ଼ ରେ ସୁନ୍ଦର ସୁନ୍ଦର ଆଲୋକ ମାଳାରେ ସୁ ସଜ୍ଜିତ କରାଯାଇଛି । ଏ ବର୍ଷ ଏହି ପୂଜାରେ ସଭାପତି ଦାୟିତ୍ୱ ତୁଲାଉଛନ୍ତି ଶମ୍ଭୁନାଥ ଗୋଏଲ, ଉପସଭାପତି ସୁଶୀଳ ଭୋଇ, ସମ୍ପାଦକ ସୁକଦେଵ ଭଞ୍ଜ , ସହ ସମ୍ପାଦକ ଅରୁଣ ଗୋଏଲ ଓ କୋଷାଧକ୍ଷ ଦାୟିତ୍ୱ ତୁଲାଉଛନ୍ତି ଶ୍ରୀ ଅଜୟ ମିଶ୍ର ।

LEAVE A REPLY

Please enter your comment!
Please enter your name here