ପ୍ରସନ୍ନ ଙ୍କ ଡଙ୍ଗା ଟଳମଳ….ଏଥର ସୁରେଶ ପୂଜାରୀ !!!!

0
90

ବରଗଡ଼ (ଆଦ୍ୟାଶା ନ୍ୟୁଜ ) – ଆଦ୍ୟାଶା ନ୍ୟୁଜ ପକ୍ଷ ରୁ କର। ଯାଇଥିବା ଏକ ନିର୍ବାଚନୀ ପରବର୍ତୀ ସର୍ଭେ ଅନୁଯାଇ ବରଗଡ଼ ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଥିବା ରାଜ୍ୟର ବିଜେଡି ର ହେଭିୱେଟ୍‌ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ମଧ୍ୟ ଏଥର ନିର୍ବାଚନ ବୈତରଣୀ ପାରି ହେବା କାଠିକର ପାଠ ହେବ। ୨୦୧୪ ବିଧାନସଭା ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇ ହାରି ଯାଇଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଙ୍କୁ ଦଳ ରାଜ୍ୟସଭାକୁ ପଠାଇ ଥଇଥାନ କରିଥିଲା। ତେବେ ଏଥର ଲୋକସଭା ନିର୍ବାଚନରେ ତାଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଥିବାବେଳେ ବିଜେପି ଏଠାରୁ ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି। ଦୁହିଁଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେଉଛି। ତେବେ ଏଥର ସ୍ବୟଂ ମୁଖ୍ୟମନ୍ତ୍ରୀ ବିଜେପୁରର ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ଜିତିବାକୁ ଯାଉଥିବାବେଳେ ପ୍ରସନ୍ନ ଙ୍କ ଡଙ୍ଗା କିନ୍ତୁ ଟଳମଳ ହେଉଛି। ଭୋଟର ଏଥର ସୁରେଶ ପୂଜାରୀ ଙ୍କୁ ଭରଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here