ପୌରପରିଷଦ ର ଅଵ ହେଳା , ମହାସମୁଦ୍ର ପାଲଟିଛି ରାସ୍ତା

0
66
ଦେବଗଡ଼ (ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲା ସଦର ମହକୁମା ବା ଦେବଗଡ଼ ସହର , ୧୧ ଗୋଟି ୱାର୍ଡ କୁ ନେଇ ଦେବଗଡ଼ ପୌରପରିଷଦ ଗଠିତ । ଏହି ପୋୖରାଞ୍ଚଳ ର ୧୧ ନୋ ୱାର୍ଡ ରେ ରହିଛି ମାଷ୍ଟର କଲୋନୀ । ଯାହାକି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଠାରୁ ୨୦୦ ମିଟର ଓ ଜିଲ୍ଲା କୋଷାଗାର ର ପଛ ପାର୍ଶ୍ଵ ରେ ରହିଅଛି । ଏହି ମାଷ୍ଟର କଲୋନୀ ମଧ୍ୟରେ ଥିବା କଂକ୍ରିଟ ରାସ୍ତା ଯାହାକି ବାବୁସାହି ର ଲହେଶ୍ ଭଞ୍ଜ ଙ୍କ ଘର ନିକଟରୁ ସୁବାଷ ଚ ଦାସ ଙ୍କ ଘର ପର୍ଯ୍ୟନ୍ତ ସଂଯୋଗ କରୁଅଛି । କିନ୍ତୁ ଦୁଃଖ ଓ ବିଡ଼ମ୍ବନା ର ବିଷୟ ଉକ୍ତ ରାସ୍ତା ରେ ବର୍ଷା ପାଣି ନିଷ୍କାସିତ ହେବା ପାଇଁ ନାଳ ଟିଏର ବ୍ୟବସ୍ଥା ଦେବଗଡ଼ ପୌରପରିଷଦ ନିର୍ମାଣ କରିନ ଥିବାରୁ ଉକ୍ତ ରାସ୍ତା ଟି ଅସରାଏ ବର୍ଷା ରେ ପାଲଟିଯାଏ ମହାସମୁଦ୍ର । ଏହି ରାସ୍ତା ଦେଇ ଛୋଟ ଛୋଟ ଶିଶୁ, ସ୍କୁଲରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଆଣ୍ଠୁଏ ପାଣିରେ ପାଠପଢି ଯାଉଥିବା ଦୃଶ୍ୟ ଅତ୍ୟନ୍ତ ଦୁଃଖ ଦାୟକ । ଯେହେତୁ ବର୍ଷା ପାଣି , କେତେବେଳେ ଯେ କୌଣସି , ସରୀସୃପ, ବିଛା କିମ୍ବା ଅନ୍ୟ କୌଣସି ବିଷାକ୍ତ ଯିବ ର ଆଘାତ ରେ ଜୀବନ ଚାଲିନ ଯିବ କିଏ କହିବ । ଏଣୁ ବର୍ତ୍ତମାନ ଦେବଗଡ଼ପୌରପରିଷଦ ର ଅଧକ୍ଷ ଖୋଦ ଜିଲ୍ଲା ପାଳ ଅଛନ୍ତି , ତେଣୁ ଜିଲ୍ଲା ପାଳ ନିଜେ ଏଥିପ୍ରତି ଦୃଷ୍ଟି ଦେଇ ଏହି ବର୍ଷା ପାଣି କିଭଳି ରାସ୍ତା ଉପରୁ ନିଷ୍କାସିତ ହୋଇପାରିବ ସେଥି ପ୍ରତି ସଜାଗ ହୋଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକରିଲେ ଉକ୍ତ ପଥ ଦେଇ ଯାଉଥିବା ଶିଶୁ ,ଛାତ୍ର ଛାତ୍ରୀ ଓ ସାଧାରଣ ଜନତା ସମ୍ଭାବ୍ୟ ବିପଦ ରୁ ମୁକ୍ତି ପାନ୍ତେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here