ପୋଲିସ ର ମଦୁଆଧରା ଅଭିଯାନ ପାଲଟିଛି ପ୍ରହସନ ।।

0
47

ଦେବଗଡ଼ (ଆଲୋକ ପ୍ରସାଦ / ଆଦ୍ୟାଶା ନ୍ୟୁଜ) ଦେବଗଡ଼ ସହର ରେ କିଛିଦିନ ଧରି , ଦେବଗଡ଼ ପୋଲିସ ର ପ୍ରଚେଷ୍ଟା ରେ ମଦୁଆ ମାନଙ୍କୁ ସାବାଡ଼ କରିବା ପାଇଁ ଏକ ମଦୁଆ ଧରା ଜାନ ର ଆରମ୍ଭ କରାଯାଇଥିଲା । ଏଥିରେ ଦେବଗଡ଼ ପୋଲିସ କିଛି ମାତ୍ରାରେ ସଫଳ ହୋଇ ଦେବଗଡ଼ ଜିଲ୍ଲାରେ ପ୍ରଶଂସା ର ପାତ୍ର ପାଲଟିଥିଲା । କିନ୍ତୁ କିଛିଦିନ ପରେ ଦେବଗଡ଼ ସହରରେ ଦେଖାଦେଲା ଯୋଉ ଅବସ୍ଥା କୁ ସେହି ଅବସ୍ଥା । ଉଦାହରଣ ସ୍ୱରୂପ ଆଜିବି ଦେବଗଡ଼ ସହର ର ସାହି ସାହିରେ ମଦ କୁଟୀର ଶିଳ୍ପ ରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଉଦାହରଣ ସ୍ୱରୂପ , ଦେବଗଡ଼ ମହୁଲଢ଼ିପା ସାହି ବସ୍ତିର ମଧ୍ୟସ୍ଥଳୀ ରେ , ନିର୍ବେଣି ସାହି , ହାତିସାଲ ଏହିଭଳି ଅନେକ ସ୍ଥାନ । ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟ ଜନକ ବିଷୟ ଏହି କେଇ ଦିନ ତଳେ , ଜଣେ ମଦ୍ୟପ ଟ୍ରାକ୍ଟର ଚାଳକ ଦେବଗଡ଼ ଏସ ପି ଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କେଇମିଟର ଦୂରରେ ଥିବା ଜୈନିକ ବ୍ୟକ୍ତି ବିଶେଷ ଙ୍କ ଢ଼ାବା ରୁ ମଦ ପିଇ ଜଣେ ବାଇକ ଚଳକଙ୍କ ଜୀବନ ନେଇ ଘଟଣା ସ୍ଥଳ ରୁ ଡ୍ରାଇଭର ଫେରାର ହୋଇଯାଇଥିଲା । ଏଥିରେ ପ୍ରଶ୍ନ ଉଠୁଛି ଦେବଗଡ଼ ପୋଲିସ ପାଖରେ ଉକ୍ତ ଢ଼ାବା ରୁ ମଦ୍ୟପାନ କରିଥିବା ଖବର ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ଓ କେଉଁ ପରିସ୍ଥିତିରେ ଉକ୍ତ ଢ଼ାବା ମାଲିକଙ୍କ ବିରୁଦ୍ଧ ରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କାହିଁକି ? ଏଣୁ ଦେବଗଡ଼ ସହର ରେ ଦେବଗଡ଼ ପୋଲିସ ର ମଦ ଧରା ଅଭିଯାନ ପ୍ରହସନ ବୋଲି ଚର୍ଚ୍ଚା ହେଉଛି ।

 

 

LEAVE A REPLY

Please enter your comment!
Please enter your name here