ପୋଖରୀରେ ହୁଡା ରୁ ନାବାଳିକା ର ଶବ ଉଦ୍ଧାର , ପୋଖରୀ ରେ ବୁଡି ମୃତ୍ୟୁ ସନ୍ଦେହ !

0
106

ଦେବଗଡ଼ (ତିଳେଇବଣି/ ,ରିପୋର୍ଟ ,ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ,ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଳକ ଅନ୍ତର୍ଗତ କେନ୍ଦୁଛାପଲ ଗ୍ରାମରେ ରେବତୀ ମଲହାର , (୧୪ ବର୍ଷ ) ,ପିତା କନହେଇ ମଲହାର ନାମକ ଜଣେ ନାବାଳିକା ପୋଖରୀ ରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ପ୍ରାପ୍ତ ସୂଚନା ମତେ ରେବତୀ ତାଙ୍କ ସାନଭଉଣୀ ଙ୍କ ସହିତ ଘର ପାଖରେ ଥିବା ଏକ ପୋଖରୀ କୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ମୃତକା ରେବତୀଙ୍କ ସାନ ଭଉଣୀ ଏକା ଘରକୁ ଚାଲିଆସିଥିଲେ । ବହୁତ ସମୟ ପର୍ଯ୍ୟନ୍ତ ବଡ଼ଭଉଣୀ ରେବତୀ ଘରକୁ ନ ଆସିବାରୁ ଘର ଲୋକ ପୋଖରୀ କୁଳକୁ ଯାଇ ଦେଖିଲେ ରେବତୀ ସଂଜ୍ଞାହୀନ ହୋଇ ପଡିଛି ଓ ଯାଞ୍ଚ କରିବାରୁ ସେ ମୃତ୍ୟୁ ବରଣ କରିଛି ବୋଲି ଜଣା ପଡିଥିଲା । ପୋଖରୀ ରେ ବୁଡି ମୃତ୍ୟୁ ଘଟିଥାଇପାରେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଦେବଗଡ଼ ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବକୁ ଜବତ କରିବା ସହିତ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳେଇ ଛନ୍ତି । ନାବାଳିକା ଙ୍କ ମୃତ୍ୟୁ ରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକାଙ୍କ ଶବ କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଅଛି । ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

LEAVE A REPLY

Please enter your comment!
Please enter your name here