ପୂର୍ବତନ ବିଜେଡି କାଉନ୍ସିଲର ଙ୍କ ବାସଭାବନରୁ ଚୋରା କାଠ ଜବତ !

0
147

ଦେବଗଡ଼ – ( ରିପୋର୍ଟ ଆଲୋକ ପ୍ରସାଦ , ଆଦ୍ୟାଶା ନ୍ୟୁଜ) ଦେବଗଡ଼ ପୌରପରିଷଦ ର ପୂର୍ବତନ ବିଜେଡି କାଉନ୍ସିଲର ମାନସ ରଞ୍ଜନ ପ୍ରଧାନଙ୍କ ବାସ ଭବନରୁ ପ୍ରଚୁର ପରିମାଣରେ ଚୋରା କାଠ ଜବତ ହୋଇଛି । ଘଟଣାରୁ ଜଣାପଡେ ଦେବଗଡ଼ ବନଖଣ୍ଡ ଅଧିକାରୀ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ , ଦେବଗଡ଼ ପୋୖରାଞ୍ଚଳ ଅଧିନରେଥିବା ପୁରୁଣାଗଡ ୮ ନୋ ୱାର୍ଡ ସ୍ଥିତ ପୂର୍ବତନ ବିଜେଡିକାଉନ୍ସିଲର ଶ୍ରୀ ମାନସ ରଞ୍ଜନ ପ୍ରଧାନ ଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଶ୍ରୀ ପ୍ରଧାନ ଙ୍କ ବାସଭବନ ରୁବିପୁଳ ପରିମାଣର କାଠ ଓ ପଟା ଜବତ ହୋଇଛି । ଏହି ଜବତ କାଠ ପଟା ମଧ୍ୟରେ ରହିଛି , ୫୪ ଟି ବୋଲି ସହିତ ୪.୯ ଦର୍ଘ୍ୟ ର ବିଜା ଓ କଷି ପଟା ସବୁ ରହିଛି । ଏହି ଜବତ କାର୍ଯ୍ୟରେ ଦେବଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ କୁଳମଣି ପୁହାନ, ଛବିଲ ବେହେରା,ଲିମାଶ୍ରୀ ପ୍ରଧାନ,ଫୋରେଷ୍ଟ ଗାର୍ଡ ଭଲେଶ୍ୱର ସାହୁ, ପୂର୍ଣ୍ଣଚନ୍ଦ୍ର ଧଳ, ସୁନିଲ ବେହେରା,ବାବୁଲି କିଷାନ, ବବିତା ନାଏକ, ସୁଶାନ୍ତ ସାହୁ ଓ ଅଶୋକ ପରନା ଙ୍କ ସମେତ ଅନ୍ୟାନ୍ୟ ଦଶ ଜଣ ସ୍କ୍ୱାର୍ଡ ଟିମ ସହଯୋଗ କରିଥିଲେ ।ଏଠାରେ ଏହାମଧ୍ୟ ଉର୍ଲେଖ ଥାଉ କି ଉକ୍ତ ଘଟଣା କୁ ୧୨ ଘଣ୍ଟା ବିଟିଯାଇଥିଲେବି ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାନଯିବା ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here