ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କୁ ରାଜ୍ୟ ସଭା କୁ ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ

0
63

ନୂଆଦିଲ୍ଲୀ -: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜ୍ୟ ସଭା ସଦସ୍ୟତା କାର୍ଯ୍ୟକାଳ ଜୁନ୍‌ ୧୪ରେ ଶେଷ ହୋଇଛି। ସେ ୧୯୯୧ଠାରୁ ଆସାମରୁ ରାଜ୍ୟ ସଭାକୁ ଗତ ୨୮ ବର୍ଷ ଧରି ନିର୍ବାଚିତ ହୋଇ ଆସୁଥିଲେ। ତେବେ ମନମୋହନଙ୍କ ଭଳି ଅନୁଭବି ନେତାଙ୍କୁ ପୁଣି ରାଜ୍ୟ ସଭାକୁ ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ଆସାମରେ ମନମୋହନ ରାଜ୍ୟ ସଭା ଲାଗି ପ୍ରଥମ ପସନ୍ଦ ହେବାର ଆବଶ୍ୟକ ସଦସ୍ୟ କଂଗ୍ରେସ ଯୋଗାଡ଼ କରିବା ଅସମ୍ଭବ। ଚଳିତ ବର୍ଷ ଗୁଜରାଟ, ଓଡ଼ିଶା, ବିହାର, ତାମିଲନାଡୁରେ ରାଜ୍ୟ ସଭା ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ। ତେବେ ଗୁଜରାଟରେ ଏଥର ମନମୋହନଙ୍କୁ ଜିତାଇବା ଲାଗି କଂଗ୍ରେସକୁ କାଠିକର ପାଠ ହେବ। ପୂର୍ବରୁ ଅହମ୍ମଦ ପଟେଲ ଏଠାରୁ ରାଜ୍ୟ ସଭାକୁ ଆସିଥିଲେ। ମାତ୍ର ଇତିମଧ୍ୟରେ ସ୍ଥିତି ବଦଳି ଯାଇଛି। ଅପରପକ୍ଷରେ ବିହାର ଏବଂ ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀ ଜିତିବା ସମ୍ଭବ ନୁହେଁ। ଏସବୁ ରାଜ୍ୟରେ ଦଳର ସଦସ୍ୟ ସଂଖ୍ୟା ନଗଣ୍ୟ। ତାମିଲ୍‌ନାଡୁରେ ଡିଏମ୍‌କେ ସହଯୋଗରେ ମନମୋହନଙ୍କୁ ରାଜ୍ୟ ସଭା ଅଣାଯିବାର ସୁଯୋଗ ରହିଛି। ତେବେ କଂଗ୍ରେସ-ଡିଏମ୍‌କେ ମଧ୍ୟରେ ଆଲୋଚନା ଆରମ୍ଭ ହୋଇ ନାହିଁ। ଯଦି ସମ୍ଭବ ନ ହୁଏ ତେବେ ମନମୋହନଙ୍କୁ ଆସନ୍ତା ବର୍ଷ ଏପ୍ରିଲ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କଂଗ୍ରେସ ଶାସିତ ରାଜ୍ୟରେ ଆସନ୍ତା ବର୍ଷ ରାଜ୍ୟ ସଭା ପାଇଁ ନିର୍ବାଚନ ହେବ। ସେହି ସମୟରେ ମନମୋହନଙ୍କ ରାଜ୍ୟ ସଭା ଫେରିବାର ବାଟ ସହଜ ହେବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here