ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ – ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି

0
38

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀ ହଠାତ ଅସୁସ୍ଥ ହୋଇପଡ଼ିବାରୁ, ତାଙ୍କୁ ନୂଆଦିଲ୍ଲୀ ଏମ୍ସର ହୃଦରୋଗ ବିଭାଗରେ ଆଜି ଦିନ ୧୧ଟାରେ ଭର୍ତ୍ତି କରାଯାଇଛି। ଅନ୍ତଃସ୍ତ୍ରାଵୀ, କିଡ଼ନି ଏବଂ ହୃଦରୋଗ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଡାକ୍ତରୀ ଦଳ ଜେଟଲୀଙ୍କ ଚିକିତ୍ସା କରୁଛନ୍ତି। ଆଜି ସକାଳେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ, ତୁରନ୍ତ ଏମ୍ସକୁ ନିଆଯାଇଥିଲା।

୬୬ ବର୍ଷୀୟ ଜେଟଲୀଙ୍କର ୨୦୧୮ରେ କିଡ଼ନୀ ପ୍ରତିରୋପଣ କରାଯାଇଥିଲା ଓ ଚଳିତ ବର୍ଷ ଜାନୁଆରୀରେ ସେ ମେଡିକାଲ ଚେକ ଅପ ପାଇଁ ଆମେରିକା ଯାଇଥିଲେ। ୨୦୧୪ରେ ମଧ୍ୟ ସେ ମଧୁମେହ ଜନିତ ଓଜନ ହ୍ରାସ ପାଇଁ ଅପରେସନ ହୋଇଥିଲେ। ଅସୁସ୍ଥତା ଯୋଗୁ ସେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନଥିଲେ। ୨୦୧୯ ନିର୍ବାଚନ ଫଳାଫଳ ପରେ ତାଙ୍କୁ କୌଣସି ଦାୟିତ୍ୱ ନ ଦେବାକୁ ଜେଟଲୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ।

କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏବଂ ହର୍ଷବର୍ଦ୍ଧନ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଇତି ମଧ୍ୟରେ ଏମ୍ସରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଏମ୍ସରେ ପହଞ୍ଚି ଥିବା ସୂଚନା ମିଳିଛି।

 

LEAVE A REPLY

Please enter your comment!
Please enter your name here