ପୁଲିସ ଉପରେ ଆକ୍ରମଣ ଅଭିଯୋଗ , ପୁଲିସ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଲେ ନା ବାଳିକା,

0
59

କେନ୍ଦୁଝର(ଆଦ୍ୟାଶା ନ୍ୟୁଜ / ସଂଜୀବ ସାହୁ ):ନନ୍ଦିପଦା ଥାନା ମଧୁରଗଡିଆ ଗ୍ରାମରେ ଏକ ମାମଲାର ତଦନ୍ତ ପାଇଁ ଯାଇଥିବାବେଳେ ପରିବାର ଲୋକେ ସଂଘବଦ୍ଧ ହୋଇ ପୁଲିସ ଉପରେ ଆକ୍ରମଣ କରିଥିବା ପୁଲିସ ଅଭିଯୋଗ କରିଥିବାବେଳେ ଆନନ୍ଦପୁର ଏସଡିପିଓଙ୍କ ନିକଟରେ ସଂପୃକ୍ତ ପରିବାର ଲୋକେ ପାଲଟା ଅଭିଯୋଗ କରିଛନ୍ତି । ପୁଲିସ ତଦନ୍ତ ପାଇଁ ଯାଇଥିବାବେଳେ ତାଙ୍କୁ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିବା ସହ ତାଙ୍କ ପିନ୍ଧାଡ୍ରେସକୁ ଟାଣି ତାଙ୍କପ୍ରତି ଖରାପ ବ୍ୟବହାର ଦେଖାଇଥିବା ଆନନ୍ଦପୁର ଏସଡିପିଓଙ୍କ ନିକଟରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏସଡିପିଓଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁଯାଇ ରାତି ୧୦ଟାବେଳେ ନନ୍ଦିପଦା ଥାନାର ଏସ.ଆଇ ସାମଲବାବୁ ତାଙ୍କ ଘରେପସି ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିବା ସହିତ ଜଣେ ୧୧ନା ବାଳିକାର ପୋଷାକକୁ ଚିରି ଖରାପ ବ୍ୟବହାର ଦେଖାଇଛନ୍ତି । ଏପରିକି ପୁଲିସ ସାଙ୍ଗରେ ନେଇ ଯାଇଥିବା ରାଜେନ୍ଦ୍ର ଦାସ, କୁନ ଦାସ, ଭାନୁ ଦାସ, ଅଜୁ ଦାସ ପ୍ରଭୃତି ଗ୍ରାମବାସୀମାନେ ତାଙ୍କ ପରିବାର ଲୋକଙ୍କୁ ମାଡ ମାରିବା ସହ ଗାଁ ଛାଡି ପଳାଇବାକୁ ଧମକ ଦେଇଥିବା ସରସ୍ୱତୀ ଯେନା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ନନ୍ଦିପଦା ଥାନା ପୁଲିସ ଏହାକୁ ଅସ୍ୱୀକାର କରିବା ସହିତ ସେମାନେ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି । ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ସେଥିଲାଗି ସେମାନେ ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ଏସ.ଆଇ ଅରୁପ ସାମଲ କହିଛନ୍ତି । ତାଙ୍କ କହିବାନୁଯାଇ ଗ୍ରାମର ଜଣେ ନା ବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିନେଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏକ ମାମଲା ରୁଗଜୁକରି ତଦନ୍ତ ଚଳାଇଥିବାବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି । ଗତକାଲି ଅଭିଯୁକ୍ତ ଜଣକ ଘରେଥିବା ଖବରପାଇ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉବେଳେ ଅଭିଯୁକ୍ତଙ୍କ ପରିବାର ଲୋକେ ସଂଘବଦ୍ଧ ହୋଇ ପୁଲିସକୁ ଆକ୍ରମଣ କରିଥିଲେ । ସେମାନେ ଟେକାପଥର ପୋଫାଡିବା ସହ ଜଣେ ଏକ କଟୁରୀ ଧରି ଆକ୍ରମଣ କରିବାକୁ ଗୋଡାଇଥିଲା । ଅଧିକ ସଂଖ୍ୟକ ମହିଳା ପୁଲିସ ନଥିବାରୁ ଆମେ ବାଧ୍ୟ ହୋଇ ଫେରିଆସିଲୁ ବୋଲି କହିଛନ୍ତି । ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here