ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଜଣେ ଯବାନ ଶହୀଦ୍‌

0
106

ଶ୍ରୀନଗର, : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ସୋମବାର ପାକିସ୍ତାନ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ରାଜୌରୀ ଜିଲା ସୁନ୍ଦରବାଣି ସେକ୍ଟରରେ ଭୋର୍‌ ୫ଟା ୩୦ରୁ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ପାକିସ୍ତାନ ପକ୍ଷରୁ ମୋର୍ଟାର ସେଲିଂ ମାଡ଼ କରାଯାଇଥିଲା। ଏଥିରେ ଜଣେ ଯବାନ ଶହୀଦ୍‌ ହେବା ସହିତ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରତୀୟ ଯବାନ ଏହାର ଜବାବରେ ପାଲଟା ଗୁଳିଗୋଳା ମାଡ଼ କରିଥିଲେ। ତେବେ ସକାଳ ୭ଟା ୧୫ରେ ପାକିସ୍ତାନ ପଟୁ ମୋର୍ଟାର ସେଲିଂ ମାଡ଼ ବନ୍ଦ ହୋଇଯାଇଥିବା ଭାରତୀୟ ସୁରକ୍ଷା ମୁଖପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here