ପାରିବାରିକ କଳହ ନେଲା ଜୀବନ: ପୁତୁରାଙ୍କ ଟାଙ୍ଗିଆ ଚୋଟରେ ଖୁଡ଼ିଙ୍କ ମୃତ୍ୟୁ,ଘଟଗାଁ ପୋଲିସର ତଦନ୍ତ ଆରମ୍ଭ

0
148

କେନ୍ଦୁଝର (ସଞ୍ଜୀବ ସାହୁ/ଆଦ୍ୟାଶ ନିଉଜ):ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବନ୍ଧ ସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ପୁତୁରାଙ୍କ ଟାଙ୍ଗିଆ ଚୋଟରେ ଖୁଡ଼ିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତ୍ରିନାଥ ଦାସଙ୍କ ସ୍ତ୍ରୀ ରୁଦେଇ ଦାସ(୫୨)। ସୂୂଚନାନୁଯାୟୀ, ରାତିରେ କୌଣସି କାରଣକୁ ନେଇ ପରିବାରରେ କଳହ ସୃଷ୍ଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁତୁରା ସାଧୁ ଦାସ ଖୁଡ଼ି ରୁଦେଇଙ୍କୁ ଟାଙ୍କିଆରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଘଟଗାଁ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା(୪୬/୧୯) ରୁଜୁ କରି ତଦନ୍ତ ଜାରି ରଖିଛି। ଏଥିସହ ଅଭିଯୁକ୍ତ ସାଧୁଙ୍କୁ ଅଟକ ରଖି ମୃତଦେହ ବ୍ୟବଚ୍ଛେଦ ଲାଗି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଘଟଗାଁ ଥାନାଧିକାରୀ ବନ୍ଦନା ପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here