ପାରିବାରିକ କଳହ ଘଟଣା ରୁ  ପଥରରେ ଛେଚି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

0
92

ମୟୂରଭଞ୍ଜ( ଆଦ୍ୟାଶା ନ୍ୟୁଜ) : ପାରିବାରିକ କଳହ ଘଟଣା ରୁ  ସ୍ତ୍ରୀ ସ୍ୱାମୀକୁ ପଥରରେ ଛେଚି ହତ୍ୟା କରିଛି। ମୟୂରଭଞ୍ଜ କପ୍ତିପଦା ଥାନା ମହୁଲପଙ୍ଖା ଗାଁରେ ଏହି ଅଘଟଣ ଘଟିଛି।

ଗାଁର ଟୁନା ବେସ୍ରା ଓ ସ୍ତ୍ରୀ ଚମ୍ପା ବେସ୍ରାଙ୍କ ମଧ୍ୟରେ ଗତ ସନ୍ଧ୍ୟାରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ଟୁନା ପ୍ରଥମେ ସ୍ତ୍ରୀ ଚମ୍ପାକୁ ଆକ୍ରମଣ କରିଥିଲେ। ଏହା ପରେ ଚମ୍ପା ଉତ୍‌କ୍ଷିପ୍ତ ହୋଇ ଟୁନାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଆହତ ଅବସ୍ଥାରେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଟୁନାଙ୍କର ମୃତ୍ୟୁ ଘଟିଥିଲା। ଚମ୍ପାଙ୍କର ଚିକିତ୍ସା ଚାଲିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here