ପାରାଦୀପ : ୨ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ ,ହତ୍ୟା ସନ୍ଦେହ

0
46

ପାରାଦୀପ  (ଆଦ୍ୟାଶା ନ୍ୟୁଜ ) : ପାରାଦୀପ ନେହରୁ ବଙ୍ଗଳା ଅଞ୍ଚଳରୁ ୨ଜଣ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ କରାଯାଇଛି। ମେରାଇନ୍ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଉଭୟଙ୍କ ମୃତଦେହ ପଡ଼ିଥିବା ଆଜି ଦେଖିବାକୁ ମିଳିଛି।
ଉଭୟଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  ମୃତକ ଙ୍କ ପରିଚୟ ମିଳି ପାରିନାହିଁ। ମୃତ ଯୁବକ ଦ୍ୱୟ ମାନସିକ ଭିନ୍ନକ୍ଷମ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here