ପାଣିଟାଙ୍କିରୁ ମୃତଦେହ ଉଦ୍ଧାର

0
89

ମୟୂରଭଞ୍ଜ (ଆଦ୍ୟାଶା ନ୍ୟୁଜ) : ମୟୂରଭଞ୍ଜ ,କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ଗାଁରେ ଥିବା ଏକ ଓଭରହେଡ ପାଣି ଟାଙ୍କିରେ ମୃତଦେହ ଠାବ ହୋଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଲୋକମାନେ ଏହି ପାଣି ଟାଙ୍କିରୁ ନିୟମିତ ପାଣି ପିଅନ୍ତି। ଏଣୁ ଏହା ଭିତରୁ ମୃତଦେହ ବାହାରିବା ପରେ କେମିତି ପାଣି ପିଇବେ ସେନେଇ ଚିନ୍ତିତ ଗ୍ରାମବାସୀ। ପାଣି ପିଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ପାଣିଟାଙ୍କି ସଫା କରିବାକୁ ଦାବି କରିଛନ୍ତି।

ଟ୍ୟାଙ୍କ ସଫା ନହେବା ପର୍ଯ୍ୟନ୍ତ ପିଇବାପାଣିର ବିକଳ୍ପ ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here