ପାଟଣାଗଡ଼ ବିଧାୟକ ସରୋଜ ମେହେର ଅଟକ

0
60

ବଲାଙ୍ଗିର ( ଆଦ୍ୟାଶା ନ୍ୟୁଜ / ଜଗଦୀଶ ଭୋଇ): କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି।

ଆଜି ସକାଳେ ବଲାଙ୍ଗିର ପୁଲିସ୍ ତାଙ୍କୁ ନୂଆପଡ଼ାରୁ ଆଣି ଜେରା କରୁଛି। କୌଣସି ଏକ ଅଜଣା ସ୍ଥାନରେ ବିଧାୟକଙ୍କୁ ପୁଲିସ୍‌ ଜେରା କରୁଥିବା ଜଣାପଡ଼ିଛି।

ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଦିବାସୀ ସଙ୍ଘ ଆସନ୍ତା ୨୬ ତାରିଖରେ ବିଧାନସଭା ଘେରାଓ କରିବ ବୋଲି ଚେତାବନୀ ଦେଇଥିଲା । ତେଣୁ ପୁଲିସ ଆଜି ସକାଳୁ ବିଧାୟକଙ୍କୁ ଅଟକ ରଖି ଜେରା କରୁଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here