ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ

0
70

ବଲାଙ୍ଗିର (ଆଦ୍ୟାଶା ନ୍ୟୁଜ / ଜଗଦୀଶ ଭୋଇ ): ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର।

ଯଦିଓ ପୁଲିସ୍ ଏନେଇ କିଛି କହି ନାହିଁ। ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ତାଙ୍କୁ ପାଟଣାଗଡ଼ ଥାନାରୁ ଏଡିଜେଙ୍କ ବାସଭବନକୁ ନିଆଯାଉଛି ବୋଲି ସୂଚନା ମିଳିଛି। ଫଳରେ ତାଙ୍କୁ ଗିରଫ କରାଯାଇଛି ବୋଲି କୁହାଯାଇଛି। ଏହା ପୂର୍ବରୁ ଥାନାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଥାନାରେ ବଲାଙ୍ଗିର ଏସ୍‌ପି ଏସ୍‌. ଶିବା ସୁବ୍ରମଣି ବି ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ନୂଆପଡ଼ାର ଏକ ହୋଟେଲରୁ ତାଙ୍କୁ ଆଜି ସକାଳେ ବଲାଙ୍ଗିର ଆଣିଥିଲା ପୁଲିସ୍‌। ବଲାଙ୍ଗିର ନିକଟ ମନୋହରପୁର ପୁଲିସ ବାରାକ୍‌ରେ ତାଙ୍କୁ ଜେରା କରାଯାଇଥିଲା।

ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆସନ୍ତା ୨୬ରେ ବିଧାନସଭା ଘେରାଉ କରିବାକୁ ଜିଲ୍ଲା ଆଦିବାସୀ ସଂଘ ଧମକ ଦେଇଥିଲା। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା। ସେହିଭଳି ଜିଲ୍ଲା ଡିପ୍ଲୋମା ଇଞ୍ଜିନିୟର ସଂଘ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲା।

LEAVE A REPLY

Please enter your comment!
Please enter your name here