ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

0
109

ଭୁବନେଶ୍ୱର (ଆଦ୍ୟାଶ| ନିଉଜ) : ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୁଅନ୍ତୁ। ମୁଖ୍ୟମନ୍ତ୍ରୀ ବିଜେପୁର, ବରଗଡ଼, ରେଢ଼ାଖୋଲ, ଝାରସୁଗୁଡ଼ା ଏବଂ ରାଉରକେଲା ଭଳି ଯେକୌଣସି ପ୍ରମୁଖ ଆସନରୁ ବିଧାନସଭା ଲଢ଼ନ୍ତୁ। ପଶ୍ଚିମ ଓଡ଼ିଶାର ଡର୍ଜନରୁ ଅଧିକ ବରିଷ୍ଠ ନେତା ରବିବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଏହି ଅନୁରୋଧ କରିଛନ୍ତି। ପଶ୍ଚିମ ଓଡ଼ିଶା ନେତାଙ୍କ ଏହି ଅନୁରୋଧରେ ମୁଖ୍ୟମନ୍ତ୍ରୀ ଅଧିକ ଭାବବିହ୍ବଳ ହୋଇ ପଡ଼ିଥିଲେ। ନେତାମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ସେ ଗୁରତ୍ୱର ସହ ବିଚାର କରିବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ଲଢ଼ିଲେ ଏହାର ସିଧାସଳଖ ପ୍ରଭାବ ୩୫ ବିଧାନସଭା ଏବଂ ୫ଟି ଲୋକ ସଭା ଆସନ ଉପରେ ପଡ଼ିବ। ଏହା ଭାଜପା ଓ କଂଗ୍ରେସ ଲାଗି ଚିନ୍ତାର କାରଣ ହୋଇପାରେ।

LEAVE A REPLY

Please enter your comment!
Please enter your name here