ପତି ତପାବନ ସାହିତ୍ୟ ସଂସଦ ପକ୍ଷରୁ ବାସୁଦେବ ଜୟନ୍ତୀ ପାଳିତ

0
90

ଦେବଗଡ଼ ( ରିପୋର୍ଟ ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ପତିତପାବନ ସାହିତ୍ଯ ସଂସଦ,କଣ୍ଢଳ ,ଦେବଗଡ଼ ଦ୍ବାରା ଆୟୋଜିତ ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କର ୧୬୯ ତମ ଜୟନ୍ତୀ ଉତ୍ସବରେ ସଭାପତି ଶ୍ରୀଯୂକ୍ତ ଶଶିଭୂଷଣ ପ୍ରଧାନ,ମୁଖ୍ଯଅତିଥି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମହାପାତ୍ର,ମୁଖ୍ଯବକ୍ତା ଶ୍ରୀଯୁକ୍ତ ଯୋଗେଶଚନ୍ଦ୍ର ଦଳବେହେରା, ସମ୍ମାନ୍ନିତ ଅତିଥି ଶ୍ରୀଯୁକ୍ତ ବିପିନ ବିହାରୀ ପୃଷ୍ଟି, ସମ୍ମାନ୍ନିତ ବକ୍ତା ଶ୍ରୀଯୁକ୍ତ ଲୋକନାଥ ବେହେରା ମଞ୍ଚାସିନ ଥିଲେ | ସଭାକାର୍ଯ୍ଯ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଅନିରୁଦ୍ଧ ନାୟକ | ପ୍ରାରମ୍ଭରେ ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କର ଫଟୋଚିତ୍ର ଉପରେ ପୁଷ୍ପମାଲ୍ଯ ପ୍ରଦାନ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା | ଏହାପରେ ସ୍ବର୍ଗତ କବିପ୍ରାଣ ମଦନ ମୋହନ ସ୍ବାଇଁ(ସୁନାପଶୀ)ଙ୍କର ଅମର ଆତ୍ମା ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା | ସଂପାଦକ ଶ୍ରୀଯୁକ୍ତ ଟିକେଶ୍ବର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ | ସାର ବାସୁଦେବ ସୁଢଳ ଦେବ ଙ୍କ ସ୍ମୁତି ଚାରଣ ପରେ ପତିତପାବନ ସାହିତ୍ଯ ସଂସଦର ସଦସ୍ଯଗଣ ତଥା ଜିଲ୍ଲାସ୍ତରୀୟ ୨୨ଜଣ କବି ସ୍ବରଚିତ କବିତାପାଠ ସହ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ |

LEAVE A REPLY

Please enter your comment!
Please enter your name here