ନୟାଗଡ଼ ରେ ବଢିବାକୁ ଯାଉଛି ଅରୁଣ ଙ୍କ ପାଇଁ ଦାରୁଣ ସମସ୍ୟା

0
283

ନୟାଗଡ଼ ( ରଶ୍ମିତା ରାଉତ / ଆଦ୍ୟାଶା ନ୍ୟୁଜ ) : ନୟାଗଡ଼ ରେ ବଢିବାକୁ ଯାଉଛି ଅରୁଣ ଙ୍କ ପାଇଁ ଦାରୁଣ ସମସ୍ୟା |ଲକ୍ଷେ ଟଙ୍କିଆ ହସ ର ମାଲିକ ଥିବା ନୟାଗଡ଼ ବିଧାୟକ ଅରୁଣ ସାହୁ ଙ୍କ ବଢି ଚାଲିଛି ଦାରୁଣ ଦୁଃଖ |
କନ୍ଧମାଳ ସଂସଦ ତଥା ନୟାଗଡ଼ ରାଜପରିବାର ର ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ଙ୍କ ସହ ଧକ୍କା କୁ ନୟାଗଡ଼ ବାସୀ ସହଜ ରେ ଗ୍ରହଣ କରି ପାରୁ ନାହାନ୍ତି |ତା ଛଡା ପୂର୍ବ ରୁ ମଧ୍ୟ ଅରୁଣ ଙ୍କୁ ନୟାଗଡ଼ ବାସୀ ଆଉ ବିଧାୟକ ଭାବେ ଦେଖି ବାକୁ ଚାହୁଁ ନାହାନ୍ତି | ଯାହାର କି ଉପଯୁକ୍ତ ଲାଭ ନେବେ ବିଜେପି ପ୍ରାଥୀନି ଶ୍ରୀମତୀ ଇରାନୀ ରାୟ |
ଇରାନୀ ରାୟ ନୟାଗଡ଼ ବାସୀ ଙ୍କ ନିକଟ ରେ ଜଣେ ଭଲ ସମାଜସେବୀ ଭାବେ ପରିଚିତ | ବିଜେପି ର ସଂଗଠନ କୁ ମଧ୍ୟ ଦୃଢ କରି ପାରିଛନ୍ତି |ବର୍ତମାନ ପ୍ରତ୍ୟୁଷା ରାଜେଶ୍ୱରୀ ଙ୍କ ବିଜେପି ରେ ଯୋଗଦାନ ତାଙ୍କୁ ଆହୁରି ଶକ୍ତିଶାଳୀ କରିଛି | ପ୍ରତ୍ୟୁଷା ଙ୍କ ର ନିଜସ୍ୱ ଏକ ଭୋଟ ବ୍ୟାଙ୍କ ରହିଛି , ଯାହା କି ଏବେ ଇରାନୀ ଙ୍କ ପାଇଁ ଲାଭଦାୟକ ହେବ |ମାନ୍ୟବର ମୁଖ୍ୟମନ୍ତ୍ରୀ ନୟାଗଡ଼ ରୁ ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ମଧ୍ୟ ତାହା ଅରୁଣ ଙ୍କ ପାଇଁ ବିଶେଷ ଲାଭଦାୟକ ହେବ ନାହିଁ ବୋଲି ନୟାଗଡ଼ ରେ ଆଲୋଚିତ ହେଉଛି | ନିକଟ ରେ ଆଦ୍ୟାଶା ନ୍ୟୁଜ କୁ ଟେଲିଫୋନ ରେ ଦେଇଥିବା ସାକ୍ଷାତକାର ରେ ପ୍ରକାଶ କରିଛନ୍ତି ଯେ ଅରୁଣ ଙ୍କ ଦୌରାତ୍ମ୍ୟ ରୁ ନୟାଗଡ଼ ବାସୀ ଙ୍କୁ ଉଦ୍ଧାର କରିବା ମୋର ମୂଳ ଲକ୍ଷ ତଥା ନୟାଗଡ଼ କୁ ନେଇ ଯେଉଁ ସ୍ବପ୍ନ ମୋ ସ୍ୱାମୀ ଦେଖି ଥିଲେ ତାହାକୁ ପୁରା କରିବା ମୋର ଦାଇତ୍ୱ |
ଦେଖା ଯାଉ ବିଜେପି ର ଏହି ଦୁଇ ନାରୀ ଯୋଧ୍ୟା କିପରି ଅରୁଣ ଙ୍କ ଗଡ଼ କୁ ଧ୍ବଂସ କରୁଛନ୍ତି ଓ ନୟାଗଡ଼ ବାସୀ କିପରି ସମର୍ଥନ କରୁଁଛଂତି |

LEAVE A REPLY

Please enter your comment!
Please enter your name here