ନୂଆପଡ଼ା , ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନାବାଳିକାଙ୍କ ମୃତ୍ୟୁ

0
73

ନୂଆପଡ଼ା(ଆଦ୍ୟାଶା ନ୍ୟୁଜ)–: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଅନ୍ତର୍ଗତ ମିଛାପାଲିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଗୁରୁତର ଥିବା ନାବାଳିକାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଗତ ଶୁକ୍ରବାର ସକାଳେ ପରିବାର ଲୋକେ ଚା’ ପିଇବା ପରେ ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସମସ୍ତଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। କିନ୍ତୁ ନାବାଳିକା ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here