ନୀରବଙ୍କ ପ୍ରତ୍ୟର୍ପଣ ନେଇ ସମସ୍ତ ଚେଷ୍ଟା ଚାଲିଛି:ସିବିଆଇ

0
94

ନୂଆଦିଲ୍ଲୀ,-: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କୁ ଲଣ୍ଡନରୁ ଭାରତକୁ ପ୍ରତ୍ୟର୍ପଣ ଲାଗି ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଜଣେ ଅଧିକାରୀ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। ମାମଲାର ବିଭିନ୍ନ ଆଇନଗତ ଦିଗ ଉପରେ ବର୍ତ୍ତମାନ ତର୍ଜମା କରାଯାଉଛି। ସେହିଭଳି ମାମଲାର କେତେ ଦୂର ଯାଏ ଆଗେଇଛି କିମ୍ବା ଅନ୍ୟାନ୍ୟ ପନ୍ଥା ଉପରେ ଯଥାସାଧ୍ୟ ପଦକ୍ଷେପ ଜାରି ରହିଥିବା ଏଜେନ୍ସିଗୁଡ଼ିକ ପକ୍ଷରୁ ସୂଚନା ରହିଛି। ଆଇନ ଅନୁସାରେ ସବୁ କାର୍ଯ୍ୟ ହେଉଥିବାରୁ ଏଥି ଲାଗି କିଛି ସମୟ ଲାଗିପାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଇଡି ଏହି ମାମଲା ଉପରେ ବର୍ତ୍ତମାନ ନଜର ରଖିଛନ୍ତି। ନୀରବଙ୍କ ବିରୋଧରେ ଲଣ୍ଡନକୋର୍ଟ ଗିରଫ ପରଓ୍ବାନା ଜାରି କରିଥିବା ଇଡିର ଜଣେ ଅଧିକାରୀ କହିଛନ୍ତି।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ୨ ବିଲିୟନ ଡଲାରର ଋଣ ଠକେଇରେ ଅଭିଯୁକ୍ତ ନୀରବ ବର୍ତ୍ତମାନ ଲଣ୍ଡନରେ ରହୁଥିବା ବେଳେ ତାଙ୍କ ପ୍ରତ୍ୟର୍ପଣ ଲାଗି ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଅନୁରୋଧ ପତ୍ର ପଠାଇଛନ୍ତି। ନୀରବଙ୍କ ବିରୋଧରେ ଲଣ୍ଡନର ଓ୍ବେଷ୍ଟ ମିନିଷ୍ଟର ମ୍ୟାଜିଷ୍ଟ୍ରେଟ କୋର୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ନୀରବଙ୍କୁ ସେଠାକାର ପୋଲିସ ଶୀଘ୍ର ଗିରଫ କରିବ ବୋଲି ଜଣାପଡିଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସୀଙ୍କ ବିରୋଧରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ବର୍ତ୍ତମାନ ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here