ନିଶା ନିବାରଣ ଦିବସ ରେ ଚାଲିଛି ନିଶା କାର ବାର !

0
80

ଦେବଗଡ଼ (ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଆଜି ପାଳିତ ହେଉଛି ନିଶା ନିବାରଣ ଦିବସ , କିନ୍ତୁ ଗୋଟିଏ ପଟେ ଚାଲିଛି ଅବାଧ ରେ ମଦ ବିକ୍ରି । ଏହା କହିବାକୁ ଗଲେ ସରକାର ଙ୍କ ପ୍ରହସନ ନୁହେଁ ତ ଆଉ କଣ ? ଗୋଟିଏ ପଟେ ସରକାରୀ ସ୍ତର ରେ ଛାତ୍ର ଛାତ୍ରୀଙ୍କୁ ନେଇ , ମୋଟର ଜାନ ରେ ମାଈକ ରେ ନିଶା ନିବାରଣ ର ନାରା ଦେଇ ରାଲି କରିଦେଲେ କଣ ସଚେତନତା ଆସିଯିବ କି ? ଏଥି ପାଇଁ ସରକାରୀ ସ୍ତର ରେ ମଧ୍ୟ ଆନ୍ତରିକତା ଥିବା ଦରକାର ।ଆଜିର ଜିଲ୍ଲା ପ୍ରଶାସନ ଦ୍ୱାରା ଯେଉଁମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳିତ କରୁଥିଲେ ସେମାନେ କେତେଦୂର ନିଶା ଠାରୁ ଦୂରେଇ ରହିଛନ୍ତି ତାହା ଦେବଗଡ଼ ବାସୀ ଉଣା ଅଧିକ ଜାଣିଛନ୍ତି । ଏହାଛଡା ଦେଶୀ ମଦ ଭାଟି ରୁ ଲୋକେ ଆଜିର ଦିନରେ ମଦ ନେଇ ଯାଉଥିବା ର ଦୃଶ୍ୟ ମଧ୍ୟ ଲୋକ ଲୋଚନ ଆସିଛି । ଏଣୁ ସରକାର ଓ ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଅନ୍ତତଃ ଏହି ଗୋଟିଏ ଦିନ ଦେଶୀ ହେଉ କି ବିଦେଶୀ ହେଉ ସମସ୍ତ ମଦ ଭାଟି , ଓ ଦୋକାନ ବଜାର ରେ ବିକ୍ରି ହେଉଥିବା ପାନ ବିଡ଼ି ଗୁଟୁଖା ଓ ସମସ୍ତ ନିଶା ଦ୍ରବ୍ୟ ଉପରେ କଟକଣା ଲଗେଇଲେ , ଏହି ନିଶା ନିବାରଣ ଦିବସ ର ମର୍ଯ୍ୟାଦା ରହିବ ବୋଲି ବୁଦ୍ଧିଯିବି ମହଲ ରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here