ନିର୍ବାଚନି ଆଚରଣ ଵିଧି ର ଉଲଂଘନ କରିଛି ଦେବଗଡ଼ ପ୍ରଶାସନ

0
135

ଦେବଗଡ଼ : (ରିପୋର୍ଟ – ଆଲୋକ ପ୍ରସାଦ , ଆଦ୍ୟାଶା ନ୍ୟୁଜ) ଦେବଗଡ଼ ନିର୍ବାଚନି ମଣ୍ଡଳୀରେ , ନିର୍ବାଚନି ଆଚରଣବିଧି କୁ ଜିଲ୍ଲା ପ୍ରଶାସନ ଖୁଲମଖୋଲା ଉଲଂଘନ କରିଛି ବୋଲି ଚର୍ଚା ହେଉଛି । ସମ୍ପ୍ରତି ଗତ ତା /୧୦/୩ ରିଖ ସନ୍ଧ୍ୟା ୫ ଟାରୁ ଲାଗୁ ହେଇଚି ନିର୍ବାଚନି ଆଚରଣବିଧି । ନିର୍ବାଚନି ଆଚରଣବିଧି ର ନିୟମାନୁଯାୟୀ କୌଣସି ସରକାରୀ , ବେ ସରକାରୀ କାର୍ଯ୍ୟାଳୟ , ରାସ୍ତା କଡ଼ , ଇଲେକ୍ଟ୍ରି ପୋଲ ଦେହ ରେ କୌଣସି ସରକାରୀ ଯୋଜନା ର ହୋଡିଙ୍ଗ, ପୋଷ୍ଟର, କିମ୍ବା ଲେଖା ରହି ପାରିବ ନାହିଁ । କିନ୍ତୁ ଦେବଗଡ଼ ଜିଲ୍ଲାରେ ଦେଖାଦେଇଛି ଏହାର ବ୍ୟତିକ୍ରମ । ଦେବଗଡ଼ ଜିଲ୍ଲାର ବିଭିର୍ଣ ଅଫିସ କାର୍ଯ୍ୟାଳୟ ଯଥା , ବ୍ଲକ ପରିସର ର କାନ୍ଥ , ଦେହରେ ଲେଖା ହୋଇଛି , ବିଜୁ ସ୍ୱାସ୍ଥ୍ୟ ଯୋଜନା , ଯାତ୍ରୀ ପ୍ରତିକ୍ଷାଳୟ ରିଆମାଲ ରେ , ଲେଖା ହୋଇଛି ବିଜୁ ପକ୍କାଘର ଯୋଜନା , କାଳିଆ ଯୋଜନା ଇତ୍ୟାଦି । ଏ ବିଷୟରେ ରିଆମାଲ ବ୍ଲକ ବିଡ଼ିଓ ଦାଇତ୍ୱ ରେ ଥିବା ତହସିଲଦାର ଙ୍କୁ ଫୋନ କରି ପଚାରିବାରୁ ନା ମୁ ଜାଣିନୀ , ବୋଲି କହିଥିଲେ । ଏ ଠାରେ ଆଶ୍ଚର୍ଯ୍ୟ ର ବିଷୟ ରିଆମାଲ ବ୍ଲକ କାର୍ଯ୍ୟାଳୟ , ତହସିଲ ଅଫିସ ର ସଂମୁଖ ଭାଗରେ ଅବସ୍ଥିତ କିନ୍ତୁ ବ୍ଲକ ଦାୟିତ୍ୱ ରେ ଥିବା ତହସିଲଦାର ମହାସୟା ଜାଣି ପାରିଲେ ନି କେମିତି , ସେ କଥା ବୁଦ୍ଧିଜୀବୀ ମହଲରେ ଆଶ୍ଚର୍ଯ୍ୟ ଚକିତ କରିଛି । ଠିକ ସେଇଭଳି ରାଞ୍ଚି ବିଜୟ ବାଡ଼ା ଜାତୀୟ ରାଜପଥ କଡ଼ରେ ଥିବା ଇଲେକ୍ଟ୍ରି ଖୁମ୍ବ , ପୋଲ ଦେହରେ , ମଧ୍ୟ ବିଭିର୍ଣ ସ୍ଲୋଗାନ ସହିତ , ବିଜୁ ପକ୍କାଘର ଆଦି ଲେଖାହୋଇଥିବା ଦେଖିବାକୁ ମିଳୁଛି । ନିର୍ବାଚନି ଆଚରଣ ବିଧି ଲାଗୁହେବାର , ୭ ଦିନ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟିରେ ଆସିଲା ନି କେମିତି ? ଜିଲ୍ଲା ପ୍ରଶାସନ ଜାଣିଶୁଣି ନବୀନ ସରକାର ଙ୍କୁ ସମର୍ଥନ ଜଣେଇ , ନିର୍ବାଚନି ଆଚରଣ ବିଧିକୁ ଉଲଂଘନ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here